ଲୋକଙ୍କ ମାଡ଼ରେ ଚାଲିଗଲା ଲୁଟେରାଙ୍କ ଜୀବନ

ନୟାଗଡ଼ ଅଫିସ,୧।୩: ନୟାଗଡ଼ ସଦର ଥାନା ଅନ୍ତର୍ଗତ ବାଲୁଗାଁ ପୋତା ଶଙ୍ଖ ନଦୀଠାରେ ସୋମବାର ସକାଳୁ ମର୍ନିଂଓ୍ବାକ୍‌ କରିବାକୁ ବାରବାଟୀ ଗାଁର ଅରକ୍ଷିତ ଭଟ୍ଟ ଯାଇଥିଲେ। ଏହି ସମୟରେ ଏକ ବାଇକ୍‌ ଯୋଗେ ଶରଣକୁଳ ଥାନା ଡିମିଶର ଗାଁର ଲୁଟେରା ପ୍ରଭାତ କୁମାର ରାଉତ ମୋବାଇଲ ଓ ସୁନା ଚେନ୍‌ ଲୁଟିବାକୁ ଉଦ୍ୟମ କରିଥିଲେ। ସେଠାରେ ଥିବା ଗ୍ରାମବାସୀ ତାଙ୍କୁ କାବୁ କରି ମାଡ଼ ମାରିଥିଲେ l ସେଠାରୁ ତାଙ୍କୁ ସଦର ଥାନା ପୋଲିସ ଥାନାକୁ ଆଣିଥିଲା। ଥାନାରେ ପୋଲିସ ମଧ୍ୟ ମାଡ଼ ମାରିଥିବା ଅଭିଯୋଗ ହେଉଛି l ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଲୁଟେରା ପ୍ରଭାତଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Share