ବାଲେଶ୍ୱର ଅଫିସ,୨୮ା୮: ବାଲେଶ୍ୱର ଜିଲାର ଦକ୍ଷିଣ ପୂର୍ବ ରେଳପଥ ଅଧୀନରେ ଥିବା ଜଳେଶ୍ୱର ରେଳ ଷ୍ଟେଶନରେ କାର୍ଯ୍ୟ କରୁଥିବା ରେଳ କର୍ମଚାରୀ ବାବୁଲାଲ୍ ହେମ୍ରମଙ୍କର ଟ୍ରେନରେ କଟି ଜୀବନ ଯାଇଛି। ବାବୁଲାଲ ସିନିଅର ସେକ୍ସନ ଇଞ୍ଜିନିୟର ସିଗ୍ନାଲ ବିଭାଗ, ଜଳେଶ୍ୱର ଷ୍ଟେଶନରେ କାର୍ଯ୍ୟ କରୁଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ବିଭାଗୀୟ ପୋଲିସ ତଦନ୍ତ ଜାରି ରଖିଛି।