ବାହାରେ ପଡ଼ିଥିଲା ତାଲା: ଭିତରେ ଚାଲିଥିଲା ବେପାର; ଆଉ ତା’ ପରେ

ଭୁବନେଶ୍ୱର,୧୧।୬(ବ୍ୟୁରୋ): ଦୋକାନ ବାହାରେ ପଡ଼ିଥିଲା ତାଲା, ହେଲେ ଭିତରେ ଚାଲିଥିଲା ବେପାର। ଖବର ପାଇ ପହଞ୍ଚିଲା ପୋଲିସ। ପରେ ଦୋକାନ ହେଲା ସିଲ୍‌। ଏଭଳି ଏକ ଅଭାନୀୟ ଘଟଣା ଘଟିଛି ଭୁବନେଶ୍ୱରର ଝାରପଡ଼ା ଅଞ୍ଚଳରେ। ରଜ ପାଖେଇ ଆସୁଥିବାରୁ ଗ୍ରାହକଙ୍କୁ ଲୁଚାଛପାରେ ଦୋକାନ ଭିତରକୁ ନିଆଯାଉଥିଲା। ପରେ ସଟର ପକାଇ ଭିତରେ ଲୁଗା ବିକ୍ରି ଚାଲିଥିଲା। ଲକ୍‌ଡାଉନ୍‌ ନିୟମକୁ ନ ମାନିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଦୋକନ ସିଲ୍‌ ଏବଂ ଗିରଫ କରାଯିବ ବୋଲି ଗୁରୁବାର ପୋଲିସ କମିଶନର ଚେତାବନୀ ଦେଇଥିଲେ। ତାହା ସତ୍ତ୍ୱେ ଏଭଳି ଲୁଚାଛପା ବେପାର ଚାଲିଛି, ଯାହା ଚିନ୍ତା ବଢ଼ାଉଛି।

Share