ଫିଲ୍ମ ଶମଶେରାକୁ ନେଇ ବଢୁଛି ଉତ୍ସାହ, ସାମ୍ନାକୁ ଆସିଲା ସଞ୍ଜୟଙ୍କ ଲୁକ୍‌

ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଶମଶେରା’ର ଟ୍ରେଲର ଶୁକ୍ରବାର ରିଲିଜ୍‌ ହେବାକୁ ଯାଉଛି।  ଫିଲ୍ମରେ ଅଭିନେତା ରଣବୀର କପୁର, ବାଣୀ କପୁର ଏବଂ ସଞ୍ଜୟ ଦତ୍ତଙ୍କୁ ଦର୍ଶକ ଦେଖିବାକୁ ପାଇବେ। ଏଥିରେ ରଣବୀରଙ୍କ ଲୁକ୍‌ ଫିଲ୍ମର କ୍ରେଜକୁ ଆହୁରି ବଢାଇ ଦେଇଛି । ସେହିପରି ସଞ୍ଜୟ ଦତ୍ତଙ୍କ ନୂଆ ରାଉଡି ଲୁକ୍‌ ମଧ୍ୟ ସାମ୍ନାକୁ ଆସିଛି। ରଣବୀରଙ୍କ ପରେ ଏବେ ସଞ୍ଜୟଙ୍କ ଲୁକ୍‌କୁ ଦେଖିବା ପରେ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବଢିଯାଇଛି। ସଞ୍ଜୟ ସୋସିଆଲ ମିଡିଆରେ ଫାଷ୍ଟ ଲୁକ୍‌ ଶେୟାର କରିଛନ୍ତି। କରଣ ମାଲହୋତ୍ରାଙ୍କ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମଟି ହିନ୍ଦୀ ବ୍ୟତୀତ ତାମିଲ ଏବଂ ତେଲୁଗୁ ଭାଷାରେ ମଧ୍ୟ ମୁକ୍ତିଲାଭ କରିବ। କରୋନା କାରଣରୁ ଏହି ଫିଲ୍ମ ରିଲିଜରେ ବିଳମ୍ବ ହୋଇଥିଲା ।

Share