ଲୁଟ୍‌ ହେଉଛି ଗଛ, ନଦୀପଠାରୁ ବାଲି, ମାଟି

ପଟ୍ଟାମୁଣ୍ଡାଇ,୧୫ା୧(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବିଭିନ୍ନ ସରକାରୀ ଜମି ହଡ଼ପ ହେଉଥିବା ବେଳେ ଗଛ, ନଦୀପଠାରୁ ବାଲି, ମାଟି ଲୁଟ୍‌ ହେଉଥିବା ଅଭିଯୋଗ ହେଉଛି। ହେଲେ ଏ ଦିଗରେ ଜିଲା ପ୍ରଶାସନ ଓ ସ୍ଥାନୀୟ ରାଜସ୍ବ ବିଭାଗ କର୍ଣ୍ଣପାତ କରୁନାହାନ୍ତି। ଅସାଧୁ ଓ ପ୍ରଭାବଶାଳୀ ବ୍ୟକ୍ତି ଏହି କାର୍ଯ୍ୟରେ ଲିପ୍ତ ରହୁଥିବାରୁ ଅଞ୍ଚଳବାସୀ ଭୟରେ ମୁହଁ ଖୋଲୁନାହାନ୍ତି। ଫଳରେ ସେମାନେ ମାଲାମାଲ ହେଉଥିବା ବେଳେ ସରକାର ରାଜସ୍ବ ହରାଉଛନ୍ତି ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ଜନସାଧାରଣ ଭୟରେ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ପଟ୍ଟାମୁଣ୍ଡାଇ ନୀଳକଣ୍ଠପୁର ବ୍ରାହ୍ମଣୀ ନଦୀପଠାରୁ ରାତିଦିନ କୋଟି କୋଟି ଟଙ୍କାର ବାଲି, ମାଟି ଚୋରାଚାଲାଣ କରାଯାଉଛି। ଏହି ସ୍ଥାନରୁ ମେଶିନ ଦ୍ୱାରା ବାଲି ଖନନ ନ କରିବା ପାଇଁ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲର ରହିତାବେଶ ଏବଂ ଓଡ଼ିଶା ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଥିଲେ ସୁଦ୍ଧା ରାଜନେତା, ବାଲିମାଫିଆ ଓ ସ୍ଥାନୀୟ ପ୍ରଶାସନର ସହଯୋଗରେ ରାତିଦିନ ଶତାଧିକ ଟ୍ରକ୍‌, ହାଇୱ୍ବାରେ ବାଲିଉଠୁଛି। ବେଆଇନ ବାଲି ଚାଲାଣ ହେବା ଦ୍ୱାରା କୋଟି କୋଟି ଟଙ୍କାର ରାଜସ୍ବ ରାଜ୍ୟ ସରକାର ହରାଇଛନ୍ତି। ବାଲିମାଫିଆ ମାଲାମାଲ ହେଉଛନ୍ତି। ଏଭଳି ହେବା ଦ୍ୱାରା ସାଧାରଣ ଲୋକ ହଇରାଣ ହେଉଛନ୍ତି। ସାଧାରଣ ଲୋକଙ୍କ ଯାତାୟାତ ପାଇଁ ଉଦ୍ଦିଷ୍ଟ ରାସ୍ତାରେ ଟ୍ରକ୍‌, ହାଇୱ୍ବା ଚଳାଚଳ ଯୋଗୁ ଗର୍ତ୍ତ ସୃଷ୍ଟିହୋଇ ଅନୁପଯୋଗୀ ହୋଇପଡ଼ୁଛି। ବାଲି ନେଉଥିବା ଟ୍ରକ୍‌ ଓ ହାଇଓ୍ବା ଉପରେ ପାଲ ପକାଇବାକୁ ନିୟମ ଥିବାବେଳେ ଏହାକୁ ଫୁ କରି ସେମାନେ ଉଡ଼ାଇ ଦେଉଛନ୍ତି। ବାଲି ଉଡ଼ି ରାସ୍ତାରେ ପଡ଼ିବା ଦ୍ୱାରା ଦୁର୍ଘଟଣା ଘଟୁଛି। ଧୂଳି ଉଡ଼ି ଘରଦ୍ୱାର ବୋଝେଇ ହୋଇଯାଉଛି। ପାଟନାଳିକୁ ବନ୍ଧାଇ, ପାଣିବାଟ ବନ୍ଦ କରିବାରୁ ଚାଷୀ ଚାଷ କରି ପାରୁନାହାନ୍ତି। ସେମାନେ ରାଜନେତାଙ୍କ ପାଖଲୋକ ହୋଇଥିବାରୁ ପୋଲିସ, ଜିଲା ଓ ତହସିଲ ପ୍ରଶାସନ ଏଥିପ୍ରତି ନଜର ଦେଉ ନ ଥିବା ଅଭିଯୋଗ ହେଉଛି। ସେପଟେ ଅଳପୁଆ, ଜଗନ୍ନାଥପୁର, ନାଇଆଡିଆ ନଦୀପଠାରୁ ବ୍ୟାପକ ଭାବେ ପ୍ରଶାସନ ଓ ମାଫିଆଙ୍କ ସଲାସୁତରା ଯୋଗୁ ବାଲି ହରିଲୁଟ୍‌ ହେବାରେ ଲାଗିଛି। ନଦୀକୂଳିଆ ଗ୍ରାମବାସୀଙ୍କ ପାଇଁ ବାଲିପଠା ସୁରକ୍ଷା ବାଡ଼ ସାଜିଥିବା ବେଳେ ମାଫିଆମାନେ ଏହାକୁ ଧ୍ୱଂସ କରିବାରେ ଲାଗିଛନ୍ତି, ଯାହା ଭବିଷ୍ୟତରେ ବନ୍ୟାକୁ ଡାକି ଆଣିବ ବୋଲି ଲୋକେ କହିଛନ୍ତି।
ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ବହୁ ମୂଲ୍ୟବାନ୍‌ ସରକାରୀ ଜମି ବିଶେଷକରି ବେଲତଳ, ଦକ୍ଷିଣଦିଆ, ପଟ୍ଟାମୁଣ୍ଡାଇ ଓ ପୋଖରିଆପଡ଼ା ମୌଜାର ଅନେକ ଜାଗାକୁ ୧୯୩୦ ମସିହା ବନ୍ଦୋବସ୍ତରେ ପ୍ରଭାବଶାଳୀ ବ୍ୟକ୍ତିମାନେ ବ୍ୟାପକ ହେରଫେର କରି ହଡ଼ପ କରିନେଇଛନ୍ତି। ପୋତିହୋଇ ପଡ଼ିଥିବା ଗୋବରୀ ନଦୀ ଜାତୀୟ ସମ୍ପତ୍ତି ହୋଇଥିଲେ ମଧ୍ୟ ଜମିଦାରଙ୍କଠାରୁ ହାତଲେଖା ଆଣି କେତେଜଣ ଚତୁର ଲୋକ ତହସିଲ କାର୍ଯ୍ୟାଳୟରୁ ଲିଜ୍‌ ନେଇ ଭୋଗଦଖଲ କରିବା ସହ ବିକ୍ରିବଟା କରୁଛନ୍ତି। ପୋତା ନଦୀ କିସମ ଜଳାଶୟ ଥିବାବେଳେ ଏହା କିପରି ପୋତାଯାଇ ପକ୍କାଘର ନିର୍ମାଣ କରାଯାଇଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରବାହିତ ଗୋବରୀ ନଦୀର ପୁନରୁଦ୍ଧାର ପାଇଁ ପଟ୍ଟାମୁଣ୍ଡାଇ ସାମାଜିକ କର୍ମୀ ପ୍ରଫୁଲ୍ଲ କୁମାର ଦାଶ, କ୍ଷୀରୋଦ ମଳିକ, ଅଶୋକ ବଳ ଓ ଦେବାଶିଷ ପଣ୍ଡା ପ୍ରମୁଖ ଜାତୀୟ ଆଇନସେବା ପ୍ରାଧିକରଣ (ନାଲ୍‌ସା) ନିକଟରେ ଏକ ଜନସ୍ବାର୍ଥ ସମ୍ବଳିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ବିଚାର କରି ଡିଏଲ୍‌ଏସ୍‌ଏ ଏ ସମ୍ପର୍କରେ ପଦକ୍ଷେପ ନେବାକୁ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇନାହଁି। ଏ ସମ୍ପର୍କରେ ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ପ୍ରଭାତ ସାହୁଙ୍କୁ ପଚାରିବାରେ ଏଭଳି କାର୍ଯ୍ୟ ପାଇଁ ବିଭାଗ ପାଖରେ ସମୟ ନାହଁି ବୋଲି ସେ କହିଛନ୍ତି। ବୁଦ୍ଧିଜୀବୀ ପ୍ରବୀର ନାୟକ, ଆଇନଜୀବୀ ପ୍ରମୋଦ ସାହୁ, ସାମାଜିକ କର୍ମୀ କୃପାସିନ୍ଧୁ ନାୟକ କହିଛନ୍ତି, ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଓ ସ୍ଥାନୀୟ ଗ୍ରାମ୍ୟ ଜଙ୍ଗଲରୁ ବଡ଼ ବଡ଼ ଗଛ କଟାଯାଇ ସହର ଉପକଣ୍ଠର କଷଣଅଣ୍ଟା, ଅଳଭା, ମାଟିଆ, ତାତନା, ଷଣ୍ଢପଲ୍ଲୀ ଆଦି ସ୍ଥାନରେ ବେଆଇନ ଭାବେ ମାଟି ଇଟାଭାଟି ପୋଡ଼ାଯାଉଛି। ଏହାର ଧୂଅଁାରେ ବୟସ୍କ ଓ ପିଲାମାନେ ଅଣନିଃଶ୍ୱାସୀ ହୋଇପଡୁଛନ୍ତି। ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ସରକାରଙ୍କ ବିଭିନ୍ନ ଯୋଜନାରେ ଜଙ୍ଗଲ ସୃଷ୍ଟି କରାଯାଉଥିବା ବେଳେ କେତେଜଣ କାଠ ବେପାରୀ ଜଙ୍ଗଲ ଅବକ୍ଷୟରେ ଲାଗିପଡ଼ି ଇଟାଭାଟି ମାଲିକଙ୍କୁ କାଠ ବିକ୍ରି କରୁଛନ୍ତି। ଏହି ବେଆଇନ କାରବାରକୁ ନେଇ ଆପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ତହସିଲଦାର ପଞ୍ଚାନନ ନାୟକଙ୍କୁ ପଚାରିବାରେ, ଚୋରା ବାଲି ବିଷୟରେ ଜିଲା ମାଇନିଂ ବିଭାଗ ବୁଝୁଛି। ମାଟିଇଟା ପୋଡ଼ା ଉପରେ ଚଢ଼ାଉ କରାଯାଇ ଦୁଇଦିନ ଭିତରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟାଇକୋଣ୍ଡା ଏକାଡେମୀର ବାର୍ଷିକ ଉତ୍ସବ

ଭଞ୍ଜନଗର,୨୧।୪(ବାବୁଲା ପ୍ରଧାନ):ଭଞ୍ଜନଗର ଆର୍‌.ଏମ.ସି. ସଭାକକ୍ଷରେ ଭଞ୍ଜନଗର ଟାଇକୋଣ୍ଡା ଏକା କଲର ବେଲ୍ଟ ଟେଷ୍ଟ ଓ ୫ମ ବାର୍ଷିକ ଉତ୍ସବ ରବିବାର ରାତିରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ...

ଆହତ ହେଲପରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ: ବିଦ୍ୟୁତ ସଂଘ ପକ୍ଷରୁ କ୍ଷତିପୂରଣ ଦାବି

ଭଞ୍ଜନଗର,୨୧।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ବେଲଗୁଣ୍ଠା ଟାଟା ପାୱାର ବିଦ୍ୟୁତ ସେକ୍ସନ ରେ ଏଜେନ୍ସି ମାଧ୍ୟମରେ କାର୍ଯ୍ୟରତ ଥିବା ହେଲପର ବଳରାମ ସାହୁ ଗତ ୧୧ ତାରିଖରେ...

ଯୌତୁକ ଦାବି କରିବା ପଡିଲା ମହଙ୍ଗା: ୩ ଅଭିଯୁକ୍ତ ଦୋଷୀ, ନଜରରେ ରହିବେ ବର୍ଷେ

ଛତ୍ରପୁର,୨୧ା୪(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଶାନ୍ତିନଗରରେ ୨୦୨୨ରେ ଘଟିଥିବା ଏକ ଯୌତୁକ ନିର୍ଯାତନା ମାମଲାର ଶୁଣାଣି ହୋଇଛି। ସୋମବାର ଛତ୍ରପୁର...

କେନାଲରେ ଭାସୁଛି ଅଜଣା ଯୁବକଙ୍କ ମୃତଦେହ: ପୋଲିସ ତଦନ୍ତ ଜାରି

ବରଗଡ଼,୨୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ – ଭେଡେନ କେନାଲରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଭାସୁଛି। ଆଜି ସନ୍ଧ୍ୟା ପ୍ରାୟ ୭ଟାରେ ବରଗଡ଼ ସହରର ସୁବାସ ନଗର...

ଦେଶୀମଦ ଜବତ: ଜେଲ୍‌ ଗଲେ ପୂର୍ବତନ ସମିତି ସଭ୍ୟ

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଦେବେନ୍ଦ୍ର ମଲ୍ଲିକଙ୍କୁ ଚିକିଟି ଅବକାରୀ ଇନ୍ସପେକ୍ଟର ସଞ୍ଜୟ କୁମାର...

ସ୍କୁଟି ଧକ୍କାରେ ଚାଲିଗଲା ସାଇକେଲ ଚାଳକଙ୍କ ଜୀବନ

ବଡ଼ଗାଁ,୨୧ା୪(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଏକମା ନିକଟ ଲାଲମାଟିଆ ଗାଁ ରାସ୍ତାରେ ସ୍କୁଟି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି।...

ଅସମ୍ଭାଳ ଖରା, ଜନଜୀବନ ଅସ୍ତବ୍ୟସ୍ତ

ଧରାକୋଟ,୨୧ା୪ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଧରାକୋଟ ଅଞ୍ଚଳରେ ୪ଦିନ ଧରି ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି। ୧୦ଟା ପରେ ବାହାରକୁ ବାହାରିବା ମୁସ୍କିଲ...

୧୮ ବର୍ଷ ବୟସ ପୂର୍ବରୁ Instagram ବ୍ୟବହାର କରିବା ହେଲା କଷ୍ଟକର, Meta ନେଲା ଏହି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୪: ଆଜିକାଲି ସବୁ ବୟସର ଲୋକମାନେ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି। କିନ୍ତୁ ଇନଷ୍ଟାଗ୍ରାମରେ ପିଲା ଏବଂ କିଶୋର ଉପଭୋକ୍ତାଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image