ଆମ ପରମ୍ପରାରେ ମାନବ ଦୀପାବଳୀ ଏବଂ ଦେବ ଦୀପାବଳୀ ନାମରେ ଦୁଇଟି ଦୀପାବଳୀ ପାଳିତ ହୋଇଥାଏ । ପ୍ରଥମ ଦୀପାବଳୀ କାର୍ତ୍ତିକ ଅମାବାସ୍ୟା ତିଥିରେ ପାଳିତ ହେଲାବେଳେ ଦ୍ବିତୀୟ ଦେବଦୀପାବଳୀ ଶ୍ରୀମନ୍ଦିରରେ ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ, ଅମାବାସ୍ୟା ଏବଂ ଶୁକ୍ଳ ପ୍ରତିପଦା ତିଥିରେ ତିନିଦିନ ଧରି ଅନୁଷ୍ଠିତ ହୋଇଥାଏ। ମାନବ ଦୀପାବଳୀରେ ଲୋକମାନେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ ଶ୍ରାଦ୍ଧ ଦେଇଥାନ୍ତି । ସେହିଭଳି ଦେବ ଦୀପାବଳୀରେ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବାର ପରମ୍ପରା ରହିଛି ।