ଦିନ ଥିଲା ସ୍ବାମୀଙ୍କୁ ରାଖି ବାନ୍ଧୁଥିଲେ ଶ୍ରୀଦେବୀ

୮୦ ଏବଂ ୯୦ ଦଶକରେ ଶ୍ରୀଦେବୀ ତାଙ୍କର ଚମତ୍କାର ଜରିଆରେ ବଲିଉଡରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ। କିନ୍ତୁ ଏହା ସହିତ ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଅନେକ ସମୟରେ ଚର୍ଚ୍ଚାରେ ଥିଲା। ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ସହ ସମ୍ପର୍କ ହେଉ କିମ୍ବା ବୋନି କପୁରଙ୍କ ସହିତ ବଢୁଥିବା ଘନିଷ୍ଠତା ନେଇ ଆଲୋଚନା ହେଉଥିଲା। କେବଳ ଏତିକି ନୁହେଁ, ପ୍ରତିବର୍ଷ ଶ୍ରୀଦେବୀ ରାଖି ପୂର୍ଣ୍ଣିମାରେ ବୋନି କପୁରଙ୍କୁ ରାଖି ବାନ୍ଧି ରଖିଥିଲେ। କିନ୍ତୁ ହଠାତ୍‌ ବୋନି କପୁର ଏବଂ ଶ୍ରୀଦେବୀଙ୍କ ମଧ୍ୟରେ ଭାଇ ଓ ଭଉଣୀଙ୍କ ସମ୍ପର୍କ ପ୍ରେମରେ ପରିଣତ ହେଲା।
ବୋନି କପୁରଙ୍କ ୬୬ତମ ଜନ୍ମଦିନ ଅବସରରେ ବୋନି କପୁର ଏବଂ ଶ୍ରୀଦେବୀଙ୍କ ପ୍ରେମ କାହାଣୀ କିପରି ଆରମ୍ଭ ହେଲା ଜାଣନ୍ତୁ
ଏକ ସମୟ ଥିଲା ବୋନି କପୁରଙ୍କ ପ୍ରଥମ ସ୍ତ୍ରୀ ମୋନା କପୁର ଏବଂ ଶ୍ରୀଦେବୀଙ୍କର ଘନିଷ୍ଠ ବନ୍ଧୁତା ଥିଲା। କେବଳ ଏତିକି ନୁହେଁ ମୋନା ଶ୍ରୀଦେବୀଙ୍କୁ ତାଙ୍କ ଘରେ ଦୀର୍ଘ ସମୟ ରହିବାକୁ ମଧ୍ୟ ସୁଯୋଗ ଦେଇଥିଲେ। ଏହି ସମୟରେ ଶ୍ରୀଦେବା ମିଥୁନ ଚକ୍ରବର୍ତ୍ତୀଙ୍କୁ ଡେଟ କରୁଥିଲେ। ଏହା ମଧ୍ୟ କୁହାଯାଇଛି ଯେ ଶ୍ରୀଦେବୀ ଗୁପ୍ତରେ ମିଥୁନଙ୍କୁ ୧୯୮୫ ରେ ବିବାହ କରିଥିଲେ।
ବୋନିଙ୍କ ଘରେ ରହିବା ସମୟରେ ମିଥୁନ ଭାବିଥିଲେ ଯେ ବୋନି କପୁର ଏବଂ ଶ୍ରୀଦେବୀଙ୍କ ମଧ୍ୟରେ କିଛି ଚାଲିଛି। ମିଥୁନଙ୍କ ଭ୍ରମ ଦୂର କରିବା ପାଇଁ ଶ୍ରୀଦେବୀ ରାଖିରେ ବୋନି କପୁରଙ୍କୁ ରାଖି ବାନ୍ଧି ଥିଲେ। ପ୍ରତିଦିନ ମିଥୁନ ଏବଂ ଶ୍ରୀଦେବୀଙ୍କ ପ୍ରେମ କାହାଣୀ ବଲିଉଡରେ ଚର୍ଚ୍ଚାରେ ରହିବାକୁ ଲାଗିଲା। ମିଥୁନଙ୍କ ପ୍ରଥମ ସ୍ତ୍ରୀ ଗୀତା ବାଲି ଏହି ବିଷୟରେ ଜାଣିଲେ, ସେ ମିଥୁନଙ୍କୁ ଧମକ ଦେଇଥିଲେ। ଯାହା ପରେ ଶ୍ରୀଦେବୀ ଏବଂ ମିଥୁନ ୧୯୮୮ରେ ଅଲଗା ହୋଇଥିଲେ।
ଫିଲ୍ମ ‘ମିଷ୍ଟର ଇଣ୍ଡିଆ’ ସମୟରେ ବୋନି କପୁର ଶ୍ରୀଦେବୀଙ୍କୁ ଫିଲ୍ମରେ ନେବା ପାଇଁ ତାଙ୍କ ପାଖକୁ ଯାଇଥିଲେ। ଏହି ସମୟରେ ସେ ଶ୍ରୀଦେବୀଙ୍କ ସହ ତାଙ୍କର ହୃଦୟର କଥା କହିଥିଲେ। ପରେ ଉଭୟ ଅନେକ ଚଳଚ୍ଚିତ୍ରରେ ଏକାଠି କାମ କରିବା ଏବଂ ଏକାଠି ଅଧିକ ସମୟ ବିତାଇବା ଆରମ୍ଭ କଲେ। ବୋନିଙ୍କ ପ୍ରଥମ ସ୍ତ୍ରୀ ତାଙ୍କୁ କେବେବି ସନ୍ଦେହ କରି ନ ଥିଲେ କାରଣ ଶ୍ରୀଦେବୀ ବୋନିଙ୍କୁ ତାଙ୍କ ଭାଇ ବୋଲି କହୁଥିଲେ।
ହଠାତ୍‌ ଦିନେ ମୋନା ଜାଣିବାକୁ ପାଇଲେ ଯେ ଶ୍ରୀଦେବୀ ଗର୍ଭବତୀ ଅଛନ୍ତି। ଏହା ଜାଣି ତାଙ୍କୁ ଗୋଡ ତଳୁ ମାଟି ଖସିଗଲା ଭଳି ଲାଗିଥିଲା। ବୋନି ମୋନାଙ୍କୁ ଛାଡପତ୍ର ଦେଇ ୧୯୯୬ ରେ ମନ୍ଦିରରେ ଶ୍ରୀଦେବୀଙ୍କୁ ବିବାହ କରିଥିଲେ। ଯାହା ପରେ ଜାହ୍ନବୀ କପୁର ମାତ୍ର କିଛି ମାସ ପରେ ଜନ୍ମ ହୋଇଥିଲେ।

 

Share