ବଡ଼ ପରଦାରେ ଦେଖିବାକୁ ମିଳିବ ସୁକେଶ- ଜ୍ୟାକଲିନଙ୍କ ପ୍ରେମ କାହାଣୀ, ନିର୍ମାଣ ହେବ ଫିଲ୍ମ

ମୁମ୍ବାଇ: ମହାଠକ ସୁକେଶ ଚନ୍ଦ୍ରଶେଖର ଦୀର୍ଘ ଦିନ ଧରି ହେଡଲାଇନରେ ରହିଆସିଛନ୍ତି। ୨୦୦ କୋଟି ଟଙ୍କା ହେରଫେର ଅଭିଯୋଗରେ ବର୍ତ୍ତମାନ ସେ ତିହାର ଜେଲରେ ଅଛନ୍ତି। ଏହି ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ ମଧ୍ୟ ଜଡିତ ଥିବା ଖବର ସାମ୍ନାକୁ ଆସିଥିଲା। ଏପରିକି ଜ୍ୟାକଲିନଙ୍କ ସହ ସୁକେଶଙ୍କ ପ୍ରେମ କାହାଣୀ ମଧ୍ୟ ବେଶ୍‌ ଚର୍ଚ୍ଚାରେ ଥିଲା। ଏହି ସମୟରେ ସୁକେଶଙ୍କ କାହାଣୀ ବଡ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି ବୋଲି ଖବର ସାମ୍ନାକୁ ଆସିଛି। ସୁକେଶଙ୍କ ଜୀବନୀ ଉପରେ ଏହି ଚଳଚ୍ଚିତ୍ର ନିର୍ମାଣ ହେବ।

ଚଳଚ୍ଚିତ୍ର ନିର୍ମାତା ଆନନ୍ଦ କୁମାର ସୁକେଶଙ୍କ ଜୀବନୀ ଉପରେ ଆଧାରିତ ଏକ ଫିଲ୍ମ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି। ତିହାର ଜେଲର ଏଏସ୍‌ପି ଦୀପକ ଶର୍ମା କହିଛନ୍ତି ଯେ, ସୁକେଶଙ୍କ କାହାଣୀ ପାଇଁ ଲୋକମାନେ ବହୁତ ଆଗ୍ରହୀ ଅଟନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆନନ୍ଦ କୁମାର ସୁକେଶଙ୍କ ବିଷୟରେ କିଛି ତଥ୍ୟ ସଂଗ୍ରହ କରିବା ପାଇଁ ଜେଲ୍‌କୁ ଆସିଥିଲେ। ଏହା ପରେ ଦୀପକ ଶର୍ମା ନିର୍ମାତା ଆନନ୍ଦ କୁମାରଙ୍କ ସହ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଥିଲେ। ଯେଉଁଥିରେ ସୁକେଶଙ୍କ ପ୍ରୋଜେକ୍ଟର ଗୁଜବକୁ ନିଶ୍ଚିତ କରିଛନ୍ତି।

Share