ପ୍ରେମିକାଙ୍କ ଓଢ଼ଣୀରେ ଝୁଲିପଡ଼ିଲେ ପ୍ରେମିକ

ଭୁବନେଶ୍ୱର,୨୬ା୩(ବ୍ୟୁରୋ): ରାଜଧାନୀର ଏକ ହୋଟେଲରୁ ଯୁବକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଜବତ ହୋଇଛି । ମୃତ ଯୁବକ ଜଣକ ହେଲେ ଦୁର୍ଗାପ୍ରସାଦ ମିଶ୍ର। ଖଣ୍ଡଗିରି ଜାଗମରାସ୍ଥିତ ଏକ ହୋଟେଲରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପ୍ରେମିକା ବାଥରୁମ୍‌ରେ ଥିବା ବେଳେ ତାଙ୍କ ଓଢ଼ଣୀରେ ଦୁର୍ଗାପ୍ରସାଦ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଜନ୍ମଦିନରେ ଭୋଜି କରିବାକୁ ଡାକି ନେଇ ଦୁର୍ଗାପ୍ରସାଦଙ୍କ ବାନ୍ଧବୀ ଓ ଅନ୍ୟ ଦୁଇ ବନ୍ଧୁ ହତ୍ୟା କରିଥିବା ପରିବାର ଲୋକେ ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ଭୋଜିରେ ଦୁର୍ଗାପ୍ରସାଦ ଏବଂ ତାଙ୍କ ବାନ୍ଧବୀଙ୍କ ସହ ଦୁଇ ବନ୍ଧୁ ଉପସ୍ଥିତ ଥିଲେ। ଶନିବାର ବିଳମ୍ବିତ ରାତିରେ ମା’ଙ୍କୁ ଫୋନ୍‌ କରିଥିଲେ ଦୁର୍ଗାପ୍ରସାଦ। ତାଙ୍କ ଘର କଟକ ଜିଲା ନିଆଳି ଜଲାରପୁରରେ। ସେ ଭୁବନେଶ୍ବରରେ ଜଣେ ଠିକାଦାରଙ୍କ ପାଖରେ ଚାକିରି କରୁଥିଲେ ବୋଲି ଜାଣିବାକୁ ମିଳିଛି।