ଗଛରେ ଝୁଲିପଡ଼ିଲେ ପ୍ରେମୀଯୁଗଳ

ଦେବଗଡ଼,୧୯ା୮(ଡି.ଏନ୍‌.ଏ.): ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଆଉଁଳି ଗ୍ରାମରୁ ଶୁକ୍ରବାର ପ୍ରେମୀଯୁଗଳଙ୍କ ମୃତଦେହ ଜବତ କରାଯାଇଛି। ଏକ ମହୁଲ ଗଛରେ ରଶି ଲଗାଇ ଏହି ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ବେଳେ ଶୁକ୍ରବାର ସକାଳୁ ଗ୍ରାମବାସୀ ଦେଖିବାକୁ ପାଇଥିଲେ। ମୃତ ଯୁବକ ଆଉଁଳି ଗ୍ରାମର ଆଲୋକ ବେହେରା ହୋଇଥିବା ବେଳେ ଯୁବତୀ ଜଣକ ଅନୁଗୋଳ ଜିଲା ବଡଗୁଣ୍ଡୁରି ଗ୍ରାମର ବୋଲି ଜଣାପଡ଼ିଛି। ଗୁରୁବାର ଆଲୋକଙ୍କ ସହିତ ଯୁବତୀ ଜଣକ ଆଉଁଳି ଗ୍ରାମକୁ ଆସିଥିଲେ। ମାତ୍ର କେଉଁ କାରଣରୁ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନାହିଁ । ସେପଟେ ଖବର ପାଇ କୁଣ୍ଢେଇଗୋଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।

Share