ନୂଆଦିଲ୍ଲୀ,୨୮।୧୧: ଦେଶ ମଧ୍ୟରେ ବୁଲେଟ ଟ୍ରେନ ଚଳାଚଳ ପ୍ରକଳ୍ପ କାର୍ଯ୍ୟକାରି କରିବା ଲାଗି ଏଲ୍ଆଣ୍ଡଟି ୨୫ ହଜାର କୋଟି ଟଙ୍କାର କଣ୍ଟ୍ରାକ୍ଟ ଲାଭ କରିଛି। ନ୍ୟାଶନାଲ ହାଇସ୍ପିଡ ରେଲ୍ କର୍ପୋରେଶନ (ଏନ୍ଏଚ୍ଏସ୍ଆର୍ସିଏଲ୍) ଗୁରୁବାର ଏଭଳି ଚୁକ୍ତିରେ ସାମିଲ ହୋଇଛି। ଏହା ସର୍ବାଧିକ ସରକାରୀ ପାଣ୍ଠି ଭିତ୍ତିକ ସିଭିଲ୍ କଣ୍ଟ୍ରାକ୍ଟ ବୋଲି କୁହାଯାଉଛି। ଅହମ୍ମଦାବାଦ-ମୁମ୍ବାଇ ବୁଲେଟ ଟ୍ରେନ ପ୍ରକଳ୍ପର ବିଭିନ୍ନ ଆନୁଷଙ୍ଗିକ କାର୍ଯ୍ୟ ଏଲ୍ଆଣ୍ଡଟି କରିବ। ୩୨୫ କିମିର ବିଭିନ୍ନ କାର୍ଯ୍ୟ ଏହି କମ୍ପାନୀ କରିବ। ଏଥିଲାଗି ଲୋକଙ୍କୁ ନିୟୋଜିତ କରାଯିବା ସହ ଗ୍ରାଉଣ୍ଡ ଏବଂ ଷ୍ଟାର୍ଟ ଓ୍ବାର୍କ ଆରମ୍ଭ ହୋଇଥିବା ଏଲ୍ଆଣ୍ଡଟି ପକ୍ଷରୁ ସୂଚନା ଦିଆଯାଇଛି।