ନୂଆଦିଲ୍ଲୀ: ମୁମ୍ବାଇ-ଅହମ୍ମଦାବାଦ ଦ୍ରୁତଗାମୀ ରେଳ ପ୍ରକଳ୍ପ ବା ବୁଲେଟ ଟ୍ରେନ ପ୍ରକଳ୍ପ ନିର୍ମାଣରେ ପ୍ରମୁଖ କମ୍ପାନୀ ଏଲ୍ଆଣ୍ଡଟି ସାମିଲ ହୋଇଛି। ଏଥିଲାଗି କମ୍ପାନୀକୁ ୭ ହଜାର କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ମିଳିଥିବା ସୂଚନା ମିଳିଛି। ବୁଲେଟଟ୍ରେନ ପ୍ରକଳ୍ପର ପ୍ରାୟ ୮୭ କି.ମି. କାମ ଏଲ୍ଆଣ୍ଡଟି କରିବ। ପ୍ରକଳ୍ପ କାର୍ଯ୍ୟ ମଧ୍ୟରେ ଭାୟାଡକ୍ସ, ଗୋଟିଏ ଷ୍ଟେଶନ, ପ୍ରମୁଖ ରେଳ ବ୍ରିଜ୍, ଡିପୋ ପରିଚାଳନା ଏବଂ ଅନ୍ୟ ଆନୁଷଙ୍ଗିକ କାର୍ଯ୍ୟ ସାମିଲ ରହିଛି। ମୋଟ ପ୍ରକଳ୍ପ ୫୦୮ କି.ମି. ବିଶିଷ୍ଟ। ଏହା ମହାରାଷ୍ଟ, ଦାଦ୍ରା ଓ ନଗର ହାବେଳି ଏବଂ ଗୁଜରାଟ ଭଳି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଦେଇ ଯାଉଛି। ଏଥିରେ ମୋଟ ୧୨ଟି ଷ୍ଟେଶନ ରହିବ। ବୁଲେଟ ଟ୍ରେନର ଘଣ୍ଟା ପ୍ରତି ବେଗ ୩୨୦ କି.ମି. ରହିବ। ସବୁ ଷ୍ଟେଶନରେ ଟ୍ରେନ ଅଟକିଲେ ଏହି ଦୂରତାକୁ ୩ ଘଣ୍ଟାରେ ଅତିକ୍ରମ କରିବ।