Posted inଫୁରସତ

ଲକ୍ଷ୍ନୌ ଭିକାରି ସବୁଠୁ ଧନୀ; ମାସିକ ୯୦ ହଜାର ରୋଜଗାର, ନିଅନ୍ତି ୱିକ୍‌ଏଣ୍ଡ୍‌ ଛୁଟି

ନୂଆଦିଲ୍ଲୀ: ଲକ୍ଷ୍ନୌ ମହାନଗର ନିଗମ ଏବଂ ଉତ୍ତର ପ୍ରଦେଶ ସାମାଜିକ କଲ୍ୟାଣ ବିଭାଗ ପକ୍ଷରୁ ଲକ୍ଷ୍ନୌ ସହରରେ ଭିକାରିମାନଙ୍କୁ ନେଇ ଏକ ସର୍ଭେ କରାଯାଇଛି। ଭିକାରିମାନଙ୍କୁ ସରକାରୀ ଯୋଜନାର ଲାଭ ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଉକ୍ତ ସର୍ଭେ ହୋଇଥିଲା। ସର୍ଭେରେ ଲକ୍ଷ୍ମୌର ୫ ହଜାରରୁ ଅଧିକ ଭିକାରିଙ୍କର ତଥ୍ୟ ନିଆଯାଇଥିଲା। ତେବେ ଏହି ସର୍ଭେରେ କିଛି ଏଭଳି ତଥ୍ୟ ସାମ୍‌ନାକୁ ଆସିଥିଲା, ଯାହା ଦେଖି ଅଧିକାରୀମାନଙ୍କର ହୋସ୍‌ ଉଡ଼ିଯାଇଥିଲା।

ସହରର କେତେଜଣ ଭିକାରିଙ୍କ ନିକଟରେ ପାନ୍‌ କାର୍ଡ ଏବଂ ସ୍ମାର୍ଟଫୋନ୍‌ ଥିବା ନେଇ ଏହି ସର୍ଭେରୁ ଜଣାପଡ଼ିଛି। ସେହିପରି ଅଧିକାଂଶ ଭିକାରି ଭିକ୍ଷାବୃତ୍ତି କରି ମାସିକ ୯୦ ହଜାରରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି। ଏପରିକି ସେମାନେ ଚାକିରିଆଙ୍କ ପରି ସପ୍ତାହର ଶେଷଦିନରେ ଛୁଟି ମଧ୍ୟ ନିଅନ୍ତି ଏବଂ ଭିକ ମାଗନ୍ତି ନାହିଁ ବୋଲି ଉକ୍ତ ସର୍ଭେରୁ ଜଣାପଡ଼ିଛି।

ଭିକ୍ଷାବୃତ୍ତି କରି ମହିଳାମାନେ ପୁରୁଷଙ୍କଠାରୁ ଅଧିକ ରୋଜଗାର କରୁଛନ୍ତି। ବିଶେଷକରି ଗର୍ଭବତୀ ମହିଳା ଏବଂ କୋଳରେ ପିଲା ରଖି ଭିକ୍ଷାବୃତ୍ତି କରୁଥିବା ମହିଳାଙ୍କର ଦୈନିକ ରୋଜଗାର ୩ରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଥାଏ ବୋଲି ଉକ୍ତ ସର୍ଭେ କହିଛି। ସେହିପରି ଅନେକ ଲୋକ ଭିକାରିମାନଙ୍କୁ ମାଗଣା ଖାଦ୍ୟ ଏବଂ ପୋଷାକ ମଧ୍ୟ ଦେଇଥାନ୍ତି। ଲକ୍ଷ୍ନୌର ଚାର୍‌ବାଗ ଅଞ୍ଚଳରରେ ଭିକାରିମାନେ ସବୁଠାରୁ ଅଧିକ ରୋଜଗାର କରୁଥିବା ନେଇ ଏହି ସର୍ଭେରୁ ଜଣାପଡ଼ିଛି। ଏଠାରେ ଜଣେ ଭିକାରି ତାଙ୍କ ଆକାଉଣ୍ଟରେ ୧୩ ଲକ୍ଷ ଟଙ୍କା ଜମା କରିଛନ୍ତି। ସର୍ଭେ କରୁଥିବା ସରକାରୀ ଅଧିକାରୀଙ୍କୁ ସେ କହିଛନ୍ତି, ତାଙ୍କ ପାଇଁ କୌଣସି ସରକାରୀ ଯୋଜନାର ଆବଶ୍ୟକତା ନାହିଁ। କେବଳ ରାଜ୍ୟ ସରକାର ଭିକ ମାଗିବାକୁ ଅନୁମତି ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ସବୁଠୁ ଛୋଟ ର୍ୟୁବିକ୍‌ କ୍ୟୁବ୍‌

ର୍ୟୁବିକ୍‌ କ୍ୟୁବ୍‌ ଏକ ବ୍ରେନ୍‌ ଗେମ୍‌। ଏହାକୁ ସଲ୍‌ଭ କରିବା ଏତେଟା ସହଜ ନୁହେଁ। ତେଣୁ ଅନେକେ ଏହାକୁ ସଲ୍‌ଭ କରିବା ଲାଗି ହାତରେ କ୍ୟୁବ୍‌...

କଖାରୁରେ ଚଢ଼େଇ

କଖାରୁ ଖାଇବାକୁ ହୁଏତ ଅନେକଙ୍କୁ ଭଲ ନ ଲାଗିପାରେ। ହେଲେ କଖାରୁରେ ତିଆରି ଏହି କାରିଗରି ନିଶ୍ଚିତଭାବେ ସମସ୍ତଙ୍କୁ ଭଲ ଲାଗିବ। ବୁଲଗେରିଆର ଫୁଡ୍‌ ଆର୍ଟିଷ୍ଟ...

ମରୁଭୂମିରେ ବାହାରିଛି ହାତ

ଉତ୍ତର ଚିଲିରେ ଥିବା ଆଟାକାମା ମରୁଭୂମି ହେଉଛି ପୃଥିବୀର ସବୁଠାରୁ ଶୁଷ୍କ ମରୁଭୂମି। ଏଠାରେ ବହୁତ କମ୍‌ ବର୍ଷା ହୁଏ। ୨୫ ବର୍ଷ ପୂର୍ବରୁ ଏହି...

ପ୍ରଭୁଙ୍କୁ ସମର୍ପି ଦେଇଥିଲି ପ୍ରଥମ ଦରମା

ମୋ ଭଳି ଆର୍ଥତ୍କ ଅସ୍ବଚ୍ଛଳ ସଂଘର୍ଷରତ ନିମ୍ନ ମଧ୍ୟବିତ୍ତ ବର୍ଗର ସ୍ବପ୍ନୀଳ ଛାତ୍ରମାନେ ସବୁବେଳେ ଏକ ପ୍ରାପ୍ତି-ଅପ୍ରାପ୍ତିର ଆତଙ୍କିତ ସମୟ ଭିତରେ ଗତି କରନ୍ତି ଜଣେ...

ନିଆରା ଦୀପାବଳି

କେବଳ ଦୀପ ଓ ଆତସବାଜିରେ ସୀମିତ ନୁହେଁ। ଭାରତର ବିଭିନ୍ନ ସ୍ଥାନରେ ବେଶ୍‌ ନିଆରା ଢଙ୍ଗରେ ବି ଏହାର ପାଳନ କରାଯାଇଥାଏ .. ଦୀପାବଳିର ଆଲୋକମାଳା...

ଏମିତି କଲେ ଘର ପାଇଁ ଅମଙ୍ଗଳ, ଜାଣନ୍ତୁ କ’ଣ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ଖାସ୍‌ କାର୍ଯ୍ୟ ରହିଛି, ଯାହାକୁ କରିବା ଦ୍ୱାରା ଘରର ଅମଙ୍ଗଳ ହେବା ସହ ଉନ୍ନତି ପଥରେ ବାଧା ଉପୁଜିଥାଏ। ଯେମିତିକି:...

ମହିଳାଙ୍କୁ ନ୍ୟାୟ ଦେଉଛି ଛାଡ଼ପତ୍ର ମନ୍ଦିର

ଟୋକିଓ: ଜାପାନର କାମାକୁରା ସହରସ୍ଥିତ ମତ୍ସୁଗାଓକା ଟୋକେଇଜି ମନ୍ଦିରକୁ ଛାଡ଼ପତ୍ର ମନ୍ଦିର ବୋଲି ମଧ୍ୟ କୁହାଯାଏ। ବୈବାହିକ ଜୀବନରେ ବିଭିନ୍ନ ଅସୁବିଧା ଏବଂ ନିର୍ଯାତନାର ସମ୍ମୁଖୀନ...

ଦୀପାବଳିରେ ମା’ ଲକ୍ଷ୍ମୀଙ୍କୁ କେମିତି କରିବେ ସନ୍ତୂଷ୍ଟ, ଜାଣନ୍ତୁ

ଘରର ସୁଖଶାନ୍ତି ବୃଦ୍ଧି ପାଇଁ ଅନେକେ ଦୀପାବଳି ଦିନ ମାତା ଲକ୍ଷ୍ମୀଙ୍କର ପୂଜା କରିଥାନ୍ତି। ମା’ଙ୍କୁ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରିବା ସହ ମା’ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri