ଆସନ୍ତାକାଲିଠୁ ଖୋଲିବ ମା’ ତାରିଣୀ ମନ୍ଦିର: ମାନିବାକୁ ପଡ଼ିବ ଏସବୁ ନିୟମ

କେନ୍ଦୁଝର,୨ା୩(ସ୍ବ.ପ୍ର.): କୋଭିଡ୍‌ ଆଇନରେ କୋହଳ ହେବା ପରେ ଆସନ୍ତାକାଲି ଅର୍ଥାତ୍‌ ମାର୍ଚ୍ଚ ୩ରୁ ଘଟଗାଁ ମା’ ତାରିଣୀ ପୀଠ ଭକ୍ତଙ୍କ ପ୍ରବେଶ ଓ ଦର୍ଶନ ପାଇଁ କୋଭିଡ୍‌ ନିୟମାନୁଯାୟୀ ଖୋଲିବ। ଜିଲାପାଳଙ୍କ ଆଦେଶ କ୍ରମେ ମା’ ତାରିଣୀ ଟ୍ରଷ୍ଟ ପକ୍ଷରୁ ବୁଧବାର ଏକ ସ୍ବତନ୍ତ୍ର ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥି ପାଇଁ ସ୍ବତନ୍ତ୍ର ଗାଇଡ୍‌ ଲାଇନ ପ୍ରସ୍ତୁତ କରାଯାଇଥିବା ଟ୍ରଷ୍ଟ ବୋର୍ଡ ସଭାପତି ରାଜେନ୍ଦ୍ର ପଟ୍ଟନାୟକ ସୂଚନା ଦେଇଛନ୍ତି। ପ୍ରବେଶ ପାଇଁ ମାକ୍ସ ଜରୁରି। ଦର୍ଶନ ଓ ଭୋଗ ଲଗାଇବା ଧାଡ଼ି ଅଲଗା ରହିବ। ଗାଡ଼ି ପୂଜା ଗେଟ୍‌ ନମ୍ବର ୫ରେ ହେବ। ମନ୍ଦିର ପରିସରରେ ଭୋଗ, ପୂଜା ସାମଗ୍ରୀ ବିକ୍ରି ପରବର୍ତ୍ତୀ ନିର୍ଦ୍ଦେଶନାମା ପ୍ରାପ୍ତି ପରେ କାର୍ଯ୍ୟକାରୀ ହେବ। ଅପ୍ରେଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ମନ୍ଦିର ସକାଳ ୬ରୁ ୧ ଓ ଅପରାହ୍ନ ୩.୩୦ରୁ ୮ ଏବଂ ଅକ୍ଟୋବରରୁ ମାର୍ଚ୍ଚ ସକାଳ ୬.୩୦ ରୁ ୧ ଓ ଅପରାହ୍ନରେ ୩ ରୁ ୮ ପର୍ଯ୍ୟନ୍ତ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟ ବୋର୍ଡର ନିର୍ବାହୀ ଅଧିକାରୀ ସଞ୍ଜୀବ ମହାପାତ୍ର, ସଦସ୍ୟ ଆନନ୍ଦ ସିଂ, ନିର୍ମଳ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Share