Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କୁ ଧରି କାନ୍ଦିଲେ ମାଡିଗା ନେତା

ହାଇଦ୍ରାବାଦ୍‌,୧୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଲେଙ୍ଗାନାରେ ମାଡିଗା ସମ୍ପ୍ରଦାୟର ସଶକ୍ତିକରଣ ପାଇଁ ସମସ୍ତ ସମ୍ଭାବ୍ୟ ପଦ୍ଧତି ଗ୍ରହଣ କରାଯିବ ବୋଲି ଘୋଷଣା କରିଛନ୍ତି। ଅନୁସୂଚିତ ଜାତିର ବର୍ଗୀକରଣ ପାଇଁ ମାଡିଗା ସମ୍ପ୍ରଦାୟର ଦାବି ପରିପ୍ରେକ୍ଷୀରେ ସେ ଏହା କହିଛନ୍ତି।
ଏଠାରେ ମାଡିଗା ସଂରକ୍ଷଣ ପୋରତା ସମିତି (ଏମଆରପିଏସ) ଦ୍ୱାରା ଆୟୋଜିତ ଏକ ରାଲିରେ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧିତ କରିଥିଲେ। ଏହି ସମୟରେ ଏମଆରପିଏସିର ପ୍ରତିଷ୍ଠାତା କ୍ରିଷ୍ଣା ମାଡିଗା ପ୍ରଧାନମନ୍ତ୍ରୀଙ୍କୁ ଆଲିଙ୍ଗନ କରି କାନ୍ଦିପକାଇଥିଲେ।
ତେଲୁଗୁ ଭାଷାଭାଷୀ ରାଜ୍ୟରେ ଅନୁସୂଚିତ ଜାତି ମଧ୍ୟରେ ମାଡିଗା ସମ୍ପ୍ରଦାୟର ସର୍ବାଧିକ ଅଂଶ ରହିଛି। ଅନୁସୂଚିତ ଜାତିର ବର୍ଗୀକରଣ ପାଇଁ ସମ୍ପ୍ରଦାୟ ସଂଗ୍ରାମ କରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ତିନି ଦଶନ୍ଧି ଧରି ଭାଜପା ପ୍ରତ୍ୟେକ ସଂଗ୍ରାମରେ ଆପଣଙ୍କ ସହ ଛିଡା ହୋଇଛି। ସମାଜକୁ ସଶକ୍ତ କରିବା ପାଇଁ ଆମେ ସମସ୍ତ ସମ୍ଭାବ୍ୟ ଉପାୟ ଅବଲମ୍ବନ କରିବୁ। ଆମେ ଖୁବ୍‌ଶୀଘ୍ର ଏକ କମିଟି ଗଠନ କରିବୁ।

Share