ଏଇ ଦୁନିଆରେ ପ୍ରତିଭାର କିଛି ଅଭାବ ନାହିଁ। ଜଣେ ଜଣେ ବ୍ୟକ୍ତି ଏଭଳି ପ୍ରତିଭାର ଅଧିକାରୀ ହୋଇଥାଆନ୍ତି ଯେ, ଲାଗେ ତାଙ୍କ ପରି ଆଉ ଦ୍ୱିତୀୟ କେହି ହୋଇପାରିବେ ନାହିଁ। ସେମିତି ଜଣେ ପ୍ରତିଭା ହେଉଛନ୍ତି ଅମୌରୀ ଗୁଇଚୋନ୍। ପେସାରେ ସେ ଜଣେ ସେଫ୍। ସେ ଚକୋଲେଟ୍ରେ ଏମିତିସବୁ ଜିନିଷ ତିଆରି କରନ୍ତି ଯାହାକୁ ଦେଖିଲେ ଲାଗେ ସେସବୁ ଧାତୁରେ ନିର୍ମିତ ସତସତିକା କୌଣସି ଜିନିଷ। ତାଙ୍କ ଦ୍ୱାରା ନିର୍ମିତ ୫ ଫୁଟ୍ ଉଚ୍ଚତା ବିଶିଷ୍ଟ ଟେଲିସ୍କୋପ ହେଉଛି ଏହାର ଏକ ବଡ଼ ଉଦାହରଣ। ଏହି ଟେଲିସ୍କୋପ୍କୁ ଦେଖିଲେ ଯେ କେହି ଭାବିବେ ତାହା ଧାତୁରେ ତିଆରି ସତ ସତିକା ଟେଲିସ୍କୋପ। କିନ୍ତୁ ବାସ୍ତବରେ ସେଇୟା ନୁହେଁ। ଉକ୍ତ ଟେଲି ସ୍କୋପର ପ୍ରତି ଅଂଶ ତିଆରି ଚକୋଲେଟ୍ରେ। ହଁ, ସମସ୍ତଙ୍କର ପ୍ରିୟ ଚକୋଲେଟ୍ରେ ସେ ଏହାକୁ ତିଆରି କରିଛନ୍ତି। ଖାଲି ଟେଲିସ୍କୋପ ନୁହେଁ, ଅଣ୍ଡା, କିଙ୍ଗ କୋବ୍ରା, କିଙ୍ଗ୍ କଙ୍ଗ୍ଠୁ ଆରମ୍ଭ କରି ଗ୍ରାମୋଫୋନ୍, ଟେଲିଫୋନ୍, ଗୋରିଲା ଆଦିକୁ ସେ ଚକୋଲେଟ୍ରେ ତିଆରି କରିଛନ୍ତି। ଆଉ ସେଗୁଡିକ ଏତେ ବାସ୍ତବ ଲାଗେ ଯେ, ବିଶ୍ୱାସ କରିହୁଏନା ତାହା ଚକୋଲେଟ୍ରେ ତିଆରି ବୋଲି।