Categories: ଜାତୀୟ

ମ୍ୟାଜିସିଆନ ଓ. ପି. ଶର୍ମାଙ୍କ ପରଲୋକ

ଲକ୍ଷ୍ନୌ,୧୬ ।୧୦: ଉତ୍ତର ପ୍ରଦେଶର କାନପୁରରେ ପ୍ରସିଦ୍ଧ ମ୍ୟାଜିସିଆନ ଓ. ପି. ଶର୍ମାଙ୍କର ପରଲୋକ ହୋଇଛି । ସେ କରୋନାରେ ପୀଡିତ ଥିଲେ ଓ ତାଙ୍କର ଫର୍ଚୁନ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା । ଏହାସହ ତାଙ୍କର ଡାଏଲିସିସ ବି ଚାଲିଥିଲା । ୧୯୭୩ରେ ଜନ୍ମ୍ନ ନେଇଥିବା ଶର୍ମା ବଲିୟା ଜିଲାର ବାସିନ୍ଦା ଥିଲେ । ମ୍ୟାଜିସିଆନ ସହ ସେ ରାଜନୀତିରେ ବି ପାଦ ରଖିଥିଲେ । ଗୋବିନ୍ଦନଗର ବିଧାନସଭା ଆସନରୁ ସେ ସମାଜବାଦୀ ପାର୍ଟି ଟିକେଟରେ ନିର୍ବାଚନ ଲଢିଥିଲେ ।
ଶର୍ମାଙ୍କ ପରିବାରରେ ୩ ପୁଅ, ଗୋଟିଏ ଝିଅ ଓ ସ୍ତ୍ରୀ ରହିଛନ୍ତି । ଶର୍ମା କହୁଥିଲେ ଯାହାକୁ ଆପଣ ମ୍ୟାଜିକ ବୋଲି କହୁଛନ୍ତି ତାହା ବିଜ୍ଞାନର ଚମତ୍କାରିତା । ସେ ତାଙ୍କର ଶେଷ ଶୋ’ରେ କହିଥିଲେ ହାଉସ ଫୁଲ ହେବା ପରେ ଯଦି ଶୋ’କୁ ଛାଡିବାକୁ ପଡୁଛି ତେବେ ଏହା ପଛରେ ଆଉ କିଛି କାର୍ଯ୍ୟକ୍ରମ ରହିଛି । ସବୁ ଆରମ୍ଭର ଅନ୍ତ ରହିଛି । ଏହା ପ୍ରକୃତିର ନିୟମ । ମୁଁ ରୁହେଁ ବା ନ ରୁହେ ମ୍ୟାଜିକ ଚାଲିବ । ଶର୍ମାଙ୍କର ଏହି କଥା ଶୁଣି ଦର୍ଶକେ ହଡବଡେଇ ଯାଇଥିଲେ । ଜଣେ ଦର୍ଶକ ତ ପ୍ରଶ୍ନ କରିଥିଲେ ଏହା କ’ଣ ଶେଷ ଶୋ’ । ଆଉ ଜଣେ ମହିଳାଙ୍କ କଥା ଶୁଣିବା ପରେ ଶୋ’ ପରିସର ଗୁମସୁମ ହୋଇଯାଇଥିଲା । ମହିଳା ଜଣଙ୍କ କହିଥିଲେ , ଅଭି ନା ଯାଓ ଛୋଡ କର, ଦିଲ ଅଭି ଭରା ନେହିଁ । ଏକଥାକୁ ଏବେ ତାଙ୍କର ପ୍ରଶଂସକମାନେ ମନେପକାଉଛନ୍ତି ।

Share