କଟକ ଅଫିସ,୭।୫: ଆସନ୍ତାକାଲି ଅର୍ଥାତ୍ ଶନିବାର ହେବାକୁ ଥିବା ମହାନଦୀ ଜଳ ବିବାଦ ମାମଲା ଶୁଣାଣିକୁ ସ୍ଥଗିତ ରଖାଯାଇଛି। ଏନେଇ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ରେଜିଷ୍ଟ୍ରାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ନୋଟିସରେ ଉଲ୍ଲେଖ କରାଯାଇଛି, ବର୍ତ୍ତମାନ କୋଭିଡ୍ ସଂକ୍ରମଣ ପାଇଁ ଲକ୍ଡାଉନ୍ ଜାରି ରହିଛି । ଏହିଭଳି ଏକ ପରିସ୍ଥିତିରେ ଚଳିତମାସ ୮ ତାରିଖରେ ଥିବା ଶୁଣାଣିକୁ ସ୍ଥଗିତ ରଖାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୨୦ ପରେ ଜଣାପଡ଼ିବ।