ନିଶ୍ଚିନ୍ତକୋଇଲି,୧୭ା୪(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଥାନା କୁସୁପୁର ଗ୍ରାମରେ ହୋଇଥିବା ନରସଂହାର ଘଟଣାରେ ପୋଲିସ ୩ ଦିନ ମୁଖ୍ୟ ଅଭିଯୁକ୍ତ ଶିବଙ୍କୁ ରିମାଣ୍ଡରେ ନେଇଥିଲା। ତେବେ ଶିବଙ୍କ ସିନ୍ ରିକ୍ରିଏଶନ କରିବା ପରେ ରବିବାର ପୂର୍ବାହ୍ନରେ ତାଙ୍କୁ ସାଲେପୁର ଜେଏମ୍ଫ୍ସି କୋର୍ଟରେ ହାଜର କରାଇଥିଲା। ପରେ ତାଙ୍କୁ ଶିଶୁଆ ଜେଲ୍ରେ ମାହାଙ୍ଗା ପୋଲିସ ଛାଡ଼ିଛି।