ପ୍ରମାଣ ଅଭାବରୁ ମୁଖ୍ୟ ଅଭିଯୁକ୍ତ ସହ ୩ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧୮।୯:  ସ୍ବତନ୍ତ୍ର ଫାଷ୍ଟଟ୍ରାକ ପୋକ୍‌ସୋ କୋର୍ଟ ବିଚାରପତି ଗଣେଶ୍ୱର ପତି ଏକ କୁମାରୀ ମାତୃତ୍ୱ ଘଟଣାର ବିଚାର କରିଥିଲେ। ପ୍ରମାଣ ଅଭାବରୁ ସେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ ଜଣଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତମାନେ ୩ ଭାଇ। ମୁଖ୍ୟ ଅଭିଯୁକ୍ତ ହେଲେ ବୁଢୁ ଯାନୀ। ତାଙ୍କ ଭାଇ ବାବୁଲା ଯାନୀ ଓ ହରି ଯାନୀ ମଧ୍ୟ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି। ବୁଡୁ ଜଣେ ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁୃତି ଦେଇ ବଳାତ୍କାର କରିଥିଲେ। ପରେ ନାନା ଧମକ ଦେଇ ଲଗାତାର ବଳାତ୍କାର କରି ଆସୁଥିଲେ। ନାବାଳିକା ଗର୍ଭବତୀ ହୋଇଥିବା ଜଣାପଡିବାରୁ ପରିବାର ଜାତି କୂଳରେ ଜଣାଇଥିଲେ। ପରେ ଏହାକୁ ନେଇ ଉଭୟ ପକ୍ଷଙ୍କ ଉପସ୍ଥିତିରେ ହୋଇଥିବା ଗାଁ ବୈଠକରେ ବୁଡୁ ନିଜ ଦୋଷ ସ୍ବୀକାର କରିଥିଲେ। ଏ ନେଇ ଥାନାରେ ଅଭିଯୋଗ ନ କରିବାକୁ ବୁଡୁ ଓ ତାଙ୍କର ଦୁଇ ଭାଇ ବାବୁଲା ଓ ହରି ପୀଡ଼ିତାଙ୍କୁ ଧମକ ଦେଇଥିଲେ। ପରେ ପୀଡ଼ିତା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ବୁଡୁ ସମ୍ପୃକ୍ତ ନାବାଳିକାଙ୍କୁ ବିବାହ କରିବେ ନାହିଁ ବୋଲି କହିବାରୁ ପୀଡ଼ିତା ଏ ନେଇ ଜରଡ଼ା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ.୨/୧୬ ରେ ଏକ ମାମଲା ରୁଜୁ କରି ବୁଡୁ ଓ ତାଙ୍କ ୨ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତତ୍କାଳୀନ ଥାନାଧିକାରୀ ସୁଜିତ ନାୟକ କୋର୍ଟରେ ଉକ୍ତ ମାମଲାର ଚାର୍ଜଶିଟ ଦାଖଲ କରିଥିଲେ। ପରେ ଅଭିଯୁକ୍ତମାନଙ୍କୁ ଜାମିନ ମିଳିଥିଲା। ମାମଲାର ବିଚାର ବେଳେ ଅ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା। ୧୭ଜଣ ସାକ୍ଷୀ ଓ ପୋଲିସ କୋର୍ଟରେ ଦାଖଲ କରିଥିବା ଚାର୍ଜଶିଟକୁ ଆଧାର କରି ପ୍ରମାଣ ମିଳି ନ ଥିବାରୁ ବିଚାରପତି ଅଭିଯୁକ୍ତମାନଙ୍କୁ ନିର୍ଦ୍ଦୋଷ ବୋଲି ରାୟ ପ୍ରକାଶ କରିଛନ୍ତି। ମୁଦୁଲାଙ୍କ ପକ୍ଷରୁ ସୁନୀଲ କୁମାର ସ୍ବାଇଁ ମକଦ୍ଦମା ପରିଚାଳନା କରିଥିଲେ।

Share