Advertisement

ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ଫାଟକ ଚା’ ଖଟିରେ ଭିଡ଼, ରୋଗୀଙ୍କୁ ନେବା ହେଉଛି କଷ୍ଟ

ଦାରିଙ୍ଗବାଡ଼ି,୨୯ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକ ସମ୍ମୁଖ ଚା’ଖଟିରେ ଭିଡ଼ ଯୋଗୁ ଯାତାୟାତରେ ସମସ୍ୟା ଦେଖାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ର ଭିତରକୁ ରୋଗୀଙ୍କୁ ନେଇ ଯିବା ସମୟରେ ହେଉ କି ବାହାରକୁ ବାହାରିବା ସମୟରେ ସମସ୍ୟା ଦେଖାଯାଇଛି। ହଠାତ୍‌ ସ୍ବାସ୍ଥ୍ୟକେନ୍ଦ୍ର ଭିତରକୁ ଗୁରୁତର ରୋଗୀଙ୍କୁ ନେବା ସମୟରେ ମୁଖ୍ୟ ଫାଟକରେ ଲୋକଙ୍କ ଅଯଥା ଭିଡ଼ କାରଣରୁ ଅନେକ ରୋଗୀଙ୍କ ସମ୍ପର୍କୀୟମାନେ ହଟହଟା ହେଉଥିବା ଅଭିଯୋଗ ହେଉଛି। ୫୯ ନଂ ଜାତୀୟ ରାଜପଥ କଡ଼ରେ ମୁଖ୍ୟ ଫାଟକଟି ରହିଥିବାରୁ ସ୍ବାସ୍ଥ୍ୟକେନ୍ଦ୍ରରୁ ବାହାରକୁ ବାହାରୁଥିବା ଆମ୍ବୁଲାନ୍ସ ହେଉ କି ଅନ୍ୟ କିଛି ଗାଡ଼ିର ଚାଳକମାନଙ୍କୁ ଦୁଇ ପାଖ ରାସ୍ତା ସଠିକ୍‌ ଭାବେ ଦୃଶ୍ୟମାନ ହେଉ ନ ଥିବାରୁ ଅନେକ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ବାରମ୍ବାର ଅଭିଯୋଗ ହେଉଛି। ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଭିଡ଼ ନିୟନ୍ତ୍ରଣ ସହ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ପାଇଁ ସୁରକ୍ଷା ଦେବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ତଥା ସୁରକ୍ଷା ବାହିନୀ ଯୋଗାଇ ଦିଆଯାଇଥିଲେ ମଧ୍ୟ କୌଣସି ସୁରକ୍ଷା ମିଳୁ ନ ଥିବା ଅଭିଯୋଗ ହେଉଛି। ଏଥିପ୍ରତି ସ୍ବାସ୍ଥ୍ୟବିଭାଗର କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ଦାବି ହେଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share