ଗଞ୍ଜାମ,୨୭।୨(ଡି.ଏନ୍.ଏ.) ଗଞ୍ଜାମ ସହରସ୍ଥିତ ଐତିହାସିକ ପୋତାଗଡ଼ ମୁଖ୍ୟ ଗେଟରେ ତାଲା ପଡ଼ିଥିବା ଶନିବାର ଦେଖିବାକୁ ମିଳିଛି । ଯାହା ଫଳରେ ପୋତାଗଡ଼ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ନିରାଶ ହେଉଛନ୍ତି । ଏଥିସହିତ ସକାଳ ଓ ସନ୍ଧ୍ୟାରେ ସ୍ଥାନୀୟ ଅଞ୍ଚଳ ଛାତ୍ରମାନେ ଖେଳକୁଦ, ଶାରୀରିକ ବ୍ୟାୟାମ ଆଦି କରୁଥିଲେ । ବର୍ତମାନ ତାହା ହୋଇ ପାରୁ ନ ଥିବା ଯୋଗୁ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏଣୁ ଉପରୋକ୍ତ ବିଷୟ ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି।