ମେଣ୍ଟ ନ ହେବାର ମୁଖ୍ୟ କାରଣ

ଭୁବନେଶ୍ୱର,୨୨।୩:ମେଣ୍ଟରେ ପଡିଲା ପୂର୍ଣ୍ଣଚ୍ଛେଦ। ଆଲୋଚନା ହେଲାନି ସଫଳ । ଦୁଇ ଦଳ ଭିତରେ ଆସନ ବୁଝାମଣା ହୋଇପାରିଲାନି। ତେବେ କ’ଣ ସତରେ ଆସନ ଭାଗବଣ୍ଟା ହୋଇପାରିଲାନି ନା ମେଣ୍ଟ ନ ହେବା ପଛରେ ରହିଛି ଅନ୍ୟ କେଉଁ କାରଣ । ତେବେ ମେଣ୍ଟ ହେବା ନେଇ ଦିଲ୍ଲୀରୁ ପଲ୍ଲୀ ହେଉ କି, ଗାଁ ଖଟିରୁ ଚା’ ଖଟି ଯାଏଁ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ବିରାମ ଲାଗିଛି। ଏବେ ପ୍ରସଙ୍ଗ ମୁଣ୍ଡ ଟେକିଛି ମେଣ୍ଟ ହେଲାନି କାହିଁକି। କେଉଁଠି କେଁ ରହିଲା। ଆଜିର ତାପମାତ୍ରା ପରି ମେଣ୍ଟ ରାଜନୀତି ରାଜଧାନୀକୁ ଆହୁରି ଉଷ୍ମ କରେଇଛି।

ରାଜନୀତି ମହଲରେ ହେଉଥିବା ଚର୍ଚ୍ଚା କହୁଛି, ଏକାକୀ ଲଢ଼ିଲେ ଭାଜପା ଅଧିକ ଆସନ ଜିତିପାରିବ ବୋଲି ଦଳର ଶୀର୍ଷ ନେତାଙ୍କୁ ଭରସା ଦେଇଛି ଦଳର ରାଜ୍ୟ ଶାଖା । ସମ୍ଭବତଃ ବିଧାନସଭା ଆସନରେ ବିଜେଡି ଶହେ ତଳକୁ ନ ଖସିବା ମଧ୍ୟ ମେଣ୍ଟ ଆଲୋଚନା ବିଫଳ ହେବା ପଛର ଅନ୍ୟତମ କାରଣ ହୋଇପାରେ ।

ରାଜ୍ୟ ଭାଜପା ମୁଖ୍ୟାଳୟରେ ଏହି ସେଲିବ୍ରେଶନ ହିଁ ବୟାନ କରୁଛି, ଦଳୀୟ କର୍ମକର୍ତ୍ତାଙ୍କ ଭିତରେ କେତେ ଉତ୍ସାହ । ଓଡ଼ିଶାରେ ଭାଜପା ଏକାକୀ ଲଢ଼ିବ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିବା ପରେ ତୃଣମୂଳ ସ୍ତରରୁ ରାଜ୍ୟସ୍ତର ଯାଏଁ ନେତା ଓ କର୍ମୀଙ୍କ ଭିତରେ ଖୁସି ଫେରିଆସିଛି । ମନମୋହନଙ୍କ ପରେ ଏମପି ଅପରାଜିତା ଷଡଙ୍ଗୀ ଓ ଧର୍ମେନ୍ଦ୍ର ପ୍ରଧାନ ସମାନ କଥାକୁ ସମର୍ଥନ କରିଛନ୍ତି। ଏପରିକି ଅପରାଜିତା ନିଜେ ମଧ୍ୟ କହିଛନ୍ତି, ମେଣ୍ଟ ପାଇଁ ବିଜେଡି ନିବେଦନ କରିଥିଲା ହେଲେ ଆମେ ରିଜେକ୍ଟ କରିଛୁ।

ଏବେ ସମସ୍ତଙ୍କ ମନରେ ଜାଣିବାକୁ ଉତ୍କଣ୍ଠା, କାହିଁକି ହୋଇପାରିଲାନି ବିଜେଡି-ଭାଜପା ଭିତରେ ମେଣ୍ଟ । ରାଜନୈତିକ ମହଲରେ ହେଉଥିବା ଚର୍ଚ୍ଚା ଆଧାରରେ, ମେଣ୍ଟ ନ ହେବା ପଛରେ ମୁଖ୍ୟତଃ ଏହି କାରଣ ରହିଛି । ପ୍ରଥମତଃ ଉଭୟ ବିଜେଡି ଓ ଭାଜପା ଭିତରେ ବିଧାନସଭା ଆସନକୁ ନେଇ ବୁଝାମଣା ହୋଇପାରିଲା ନାହିଁ । ଦ୍ବିତୀୟ କାରଣ ହେଲା, ଶହେରୁ ଅଧିକ ବିଧାନସଭା ଆସନରେ ଲଢ଼ିବା ପାଇଁ ଅଡ଼ି ରହିଲା ବିଜେଡି । ଯେଉଁଥିପାଇଁ ଆସନ ଭାଗବଣ୍ଟାର ଅଙ୍କ ଛିଣ୍ଡି ପାରିଲା ନାହିଁ । ତୃତୀୟ ହେଉଛି, ମେଣ୍ଟକୁ ରାଜ୍ୟ ଭାଜପା ନେତାମାନେ ଦୃଢ଼ ବିରୋଧ କରିଥିଲେ । ପ୍ରତି ଥର ଆଲୋଚନାରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ କେନ୍ଦ୍ରୀୟ ନେତୃତ୍ୱଙ୍କ ପାଖରେ ଏକାକୀ ଲଢ଼ିବା ପାଇଁ ଯୁକ୍ତି ଉପସ୍ଥାପନ କରୁଥିଲେ । ଚତୁର୍ଥ କାରଣ ହେଲା, ରାଜ୍ୟ ଭାଜପା ଅଧିକ ଆସନରେ ଜିତି ପାରିବ ବୋଲି ଯେଉଁ ସବୁ ଆଧାର ଦର୍ଶାଇଥିଲା, ତାକୁ ଦଳର ଶୀର୍ଷ ନେତୃତ୍ୱ ଭରସା କରିଥିଲେ। ୫ ନମ୍ବର କାରଣ ହେଲା ମେଣ୍ଟ ହେଲେ ଉଭୟ ଦଳରେ କର୍ମୀ ମହଲରେ ଅସନ୍ତୋଷ ବଢ଼ିବ ବୋଲି ଦୁଇ ଦଳର ଶୀର୍ଷ ନେତାଙ୍କୁ ଭୟ ଘାରିଲା ।

ମେଣ୍ଟ ସଂପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନେବେ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକାଧିକ ବାର କହିଥିଲେ । ତେବେ ଦଳର ରାଜ୍ୟ ସଭାପତିଙ୍କ ଏକାକୀ ଲଢ଼େଇ ମନ୍ତବ୍ୟ ପରେ ଆଉ ରାଷ୍ଟ୍ରୀୟ ଅଧ୍ୟକ୍ଷ ମେଣ୍ଟ ସଂପର୍କରେ ମତ ରଖିବେ କି ନାହିଁ, ତାକୁ ନେଇ ଅନିଶ୍ଚିତତା ରହିଛି । କାରଣ ରାଜନୈତିକ ମହଲରେ ଏକ ଧାରଣା ରହିଛି ଯେ ବିଜେଡି-ଭାଜପା ଭିତରେ ପ୍ରତ୍ୟକ୍ଷ ମେଣ୍ଟ ନ ହେଲେ ବି ଲୁଚାଛପା ମେଣ୍ଟ ରହିଆସିଛି । ଏବଂ ଏହା ୨୪ ନିର୍ବାଚନରେ ମଧ୍ୟ ପ୍ରତିଫଳିତ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri