ବିଶ୍ରା,୧୮ା୯(ବଟକୃଷ୍ଣ ସ୍ବାଇଁ): ସୁନ୍ଦରଗଡ ଜିଲା ବିଶ୍ରା ବ୍ଲକ ଡରେଇକେଲା ପଞ୍ଚାୟତରୁ ସାରୂବହାଲ ରାସ୍ତା ମରଣଯନ୍ତା ପାଲଟିଛି। ରାସ୍ତାଟି ସମ୍ପୂର୍ଣ୍ଣ ଖାଲ ଖମାରେ ଭର୍ତ୍ତି। ଏହା ମୁଖ୍ୟ ରାସ୍ତା ହୋଇଥିବାରୁ ପ୍ରତ୍ୟେକ ଦିନ ଶହ ଶହ ଲୋକେ ଏହି ରାସ୍ତା ଦେଇ ଯାତାୟତ କରିଥାନ୍ତି। ଖାଲଖମା ଯୋଗୁ ବର୍ଷା ଦିନେ ସମସ୍ୟା ଦ୍ୱିଗୁଣିତ ହୋଇଯାଉଛି। ଫଳରେ ଅଞ୍ଚଳବାସୀ ସମସ୍ୟା ଭୋଗୁଛନ୍ତି। ପୂର୍ତ୍ତ ବିଭାଗ ଅଧିନରେ ଏହି ରାସ୍ତାଟି ରହିଛି। ମରାମତିର ବର୍ଷେ ନ ପୁରୂଣୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ଠିକାଦାରଙ୍କ ନିମ୍ନମାନର କାମ ଯୋଗୁ ଏଭଳି ହୋଇଥିବା ଅଞ୍ଚଳବାସୀ ଦାବି କରିଛନ୍ତି। ଏ ବିଷୟରେ ପୂର୍ତ୍ତ ବିଭାଗର ଯନ୍ତ୍ରୀ ଡି. ମାଝିଙ୍କୁ ପଚାରିବାରୁ, ଯେହେତୁ ଏହାର କାର୍ଯ୍ୟ ବର୍ଷା ଦିନେ ଆରମ୍ଭ ହୋଇଥିଲା ସେଥି ପାଇଁ ରାସ୍ତା ଉପରେ ପାଣି ଜମି ରହି ଖାଲ ସୃଷ୍ଟି ହୋଇଛି। ବର୍ଷା ଛାଡ଼ିଲେ ଏହାର ମରାମତି କରାଯିବ। ବର୍ତ୍ତମାନ ଖାଲ ଜାଗା ଗୁଡ଼ିକରେ ରାଖଡ ପକାଇବାକୁ ଠିକାଦାରକୁ ନିର୍ଦ୍ଦେଶ ଦିଆଯିବ ବୋଲି ଯନ୍ତ୍ରୀ ମାଝି ପ୍ରକାଶ କରିଥିଲେ।