ରାୟଗଡ଼ା,୨୪ା୮(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଓ କନ୍ଧମାଳ ସୀମାନ୍ତରେ ମାଓବାଦୀ ବ୍ୟାନର ମାରିଛନ୍ତି। ରାୟଗଡା ଜିଲା କାଶୀପୁର ବ୍ଲକର ସୁଙ୍ଗେରୁ ପଞ୍ଚାୟତର ୨୧ ଜଣଙ୍କୁ ପୋଲିସ ଗିରଫ କରିବା ନେଇ ମାଓବାଦୀମାନେ ପ୍ରତିକ୍ରିୟା ରଖିଛନ୍ତି। ସେଥିପାଇଁ ବିଜେଡିର ତୁଙ୍ଗ ନେତା ତଥା ରାଜ୍ୟ ଉପସଭାପତି ଏନ୍ ଭାସ୍କର ରାଓ,ଜିଲା ବିଜେଡି ସଭାପତି ସୁଧୀର ଦାଶ ଓ ଆଦିବାସୀ କଲ୍ୟାଣ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଟାର୍ଗେଟ କରିଛନ୍ତି। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ରାମନାକୁପୁଲି ଛକ ନିକଟରେ ଏହି ବ୍ୟାନର ଲଗାଯାଇଛି। ଗିରଫ ଆଦିବାସୀଙ୍କୁ ବିନା ସର୍ତ୍ତରେ ଖଲାସ ନ କଲେ ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ଦେଇଛନ୍ତି। କିଛି ଦିନ ପୂର୍ବେ କାଶୀପୁର ବ୍ଲକର ସୁଙ୍ଗେରୁ ଅଞ୍ଚଳ ସିଜିମାଳି ଖଣି ଅଞ୍ଚଳରେ ଆନ୍ଧ୍ରସ୍ଥିତ ମୈତ୍ରୀ ନାମକ ଠିକା ସଂସ୍ଥାର ଗତିବିଧି ରହିଥିବାରୁ ଅଞ୍ଚଳ ବାସିନ୍ଦା ବିରୋଧ କରିଥିଲେ। ସେଠାକାର ୨୧ ଜଣଙ୍କୁ ପୋଲିସ ଗିରଫ କରିଥିଲା। ଏନେଇ କାହାର ପ୍ରତିକ୍ରିୟା ମିଳିପାରିନାହିଁ।
Posted inଆମ ଜିଲା ଖବର, ରାଜ୍ୟ, ରାୟଗଡା