ଯୁଦ୍ଧମ ଦେହି ଡାକରା ଦେଲେ ମାଓବାଦୀ

ମ.ରାମପୁର,୨୬ା୭(ଶଶିଭୂଷଣ ପ୍ରହରାଜ): ଦିନକୁ ଦିନ କଳାହାଣ୍ଡି ଜିଲା ମ. ରାମପୁର ଅଞ୍ଚଳରେ ମାଓବାଦୀ କାର୍ଯକଳାପ ବଢ଼ିଚାଲିଛି। ଏବେ ଖୋଲାଖୋଲି ମାଓବାଦୀ ଯୁଦ୍ଧମ ଦେହି ଡାକରା ଦେଇଛନ୍ତି। ଉଚ୍ଚ ବର୍ଗଙ୍କ ବିରୋଧରେ ଯୁଦ୍ଧ ପାଇଁ ସ୍ବଳ୍ପ ସଂଖ୍ୟକ ବର୍ଗଙ୍କୁ ମତାଉଛନ୍ତି। ମ. ରାମପୁର ବ୍ଲକ ମାଣିକେରା ପଞ୍ଚାୟତ ଟାପରାଙ୍ଗରେ ଗତ ମେ’ ୯ତାରିଖ ପୋଲିସ ମାଓବାଦୀ ଗୁଳି ବିନିମୟରେ ୫ ଜଣ ମାଓବାଦୀ ନିହତ ହେଇଥିଲେ ଜୁନ୍‌ ୨୪ ତାରିଖରେ ମାଓବାଦୀ ପୋଷ୍ଟର ଗ୍ରାମେ ଗ୍ରାମେ ଲଗାଇ ମାଓବାଦୀ ସପ୍ତାହ ପାଳନ କରିଥିଲେ। ଏହାର ଏକ ମାସ ପରେ ପୁଣି ମ. ରାମପୁର ବ୍ଲକ ମାଣିକେରା ଅଞ୍ଚଳରେ ମାଓବାଦୀ ପୋଷ୍ଟର ଲାଗିଛି। ଏଥିରେ ୨୮ରୁ ଅଗଷ୍ଟ ୩ ପର୍ଯନ୍ତ ମାଓବାଦୀ ସାପ୍ତାହ ପାଳନ ପାଇଁ ଡାକରା ଦିଆଯାଇଛି। ଏହି ପୋଷ୍ଟରରେ ପୋଲିସ ଏନକାଉଣ୍ଟରରେ ନିହତ ମାଓବାଦୀଙ୍କୁ ସହିଦ ଦର୍ଶାଇ ଫଟୋ ମଧ୍ୟ ଦିଆଯାଇଛି। ମାଓବାଦୀ ସଂଗଠନ ସଂସ୍ଥାପକ ଚରୁମାଜୁମଦାର, କାନ୍ନାଇ ଚାଟାର୍ଜୀ ଅମର ରହେ, କୁନସାଇ, ଗନ୍ଧମାର୍ଦ୍ଦନ, ମାତାଙ୍କୁପା, ଟାପ ରଙ୍ଗଠାରେ ପୋଲିସ ଏନ୍‌କାଉଣ୍ଟ ରେ ନିହତଙ୍କୁ ସହିଦ ରୂପେ ସ୍ମୃତି ଚାରଣ କରିବା, ମିଥ୍ୟା ଏନକାଉଣ୍ଟର କରିଥିବା ଦୋଷୀଙ୍କୁ ଦଣ୍ଡ ଦେବା, ଗାଁ ଗାଁରେ ପୋଲିସ ଖବରଦାତାଙ୍କୁ ଦଣ୍ଡ ଦେବା,ଦଳୀୟ ଅନୁଶାସନ ପାଳନ,ଛପା ଯୁଦ୍ଧକୁ ତୀବ୍ର ଓ ବ୍ୟାପକ କରିବା କରିବା, ସମାଧାନ ବିପକ୍ଷରେ ଲଢ଼ିବା, ଛୋଟ ମାଧ୍ୟମ ଗରିଲା ଦଳକୁ ଧ୍ୱଂସ କରିବା, ବ୍ରହ୍ମଣୀୟ ହିନ୍ଦୁତ୍ୱ ଫାଶୀ ବାଦ ଧ୍ୱଂସ ପାଇଁ ଅଳ୍ପ ସଂଖ୍ୟକଙ୍କୁ ସଂଘଟିତ କରିବା ଆଦି କୋଠାର ଭାଷାରେ ପୋଷ୍ଟର ଲଗାଯାଉଛି। ସାମ୍ରାଜ୍ୟବାଦ, ପୁଞ୍ଜିବାଦ, ସାମନ୍ତବାଦକୁ ତିରସ୍କାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଘୁମୁସର ବନଖଣ୍ଡ ସମ୍ବର୍ଦ୍ଧିତ: ଦକ୍ଷିଣ ବନଖଣ୍ଡର ୧୬, ଉତ୍ତର ବନଖଣ୍ଡର ୭ ସମ୍ବର୍ଦ୍ଧିତ

ଭଞ୍ଜନଗର,୧୮।୩(ବାବୁଲା ପ୍ରଧାନ)- ପୁରୀ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ଗଞ୍ଜାମ ଜିଲା ଭଞ୍ଜନଗର ଦକ୍ଷୀଣ ଘୁମୁସର ବନଖଣ୍ଡର ୧୬ ଜଣ ଏବଂ ଉତ୍ତର ଘୁମୁସର ବନଖଣ୍ଡର ୭...

ଦୁର୍ଘଟଣାରେ ଆଖି ବୁଜିଲେ ୨ ଯୁବକ

ଭଞ୍ଜନଗର,୧୮।୩(ବାବୁଲା ପ୍ରଧାନ )- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବିରିକୋଟର ବାଳକୃଷ୍ଣ ପାତ୍ର(୪୦) ମଙ୍ଗଳବାର ନିଜ ଘର ସମ୍ମୁଖରେ ଅସାବଧାନତା ବଶତଃ ଝୁଣ୍ଟି ପଡିବାରୁ...

ଖବର ପ୍ରକାଶ ପରେ ମରାମତି ହେଲା ପ୍ରକଳ୍ପ, ଧନ୍ୟବାଦ ଜଣାଇଲେ ଗ୍ରାମବାସୀ

କୋକସରା,୧୮ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ନଦୀ ପଡାରେ ୧୦ ଆଦିବାସୀ ପରିବାର ବସବାସ କରୁଥିବା ବେଳେ ଏଠାରେ ଥିବା ଏକମାତ୍ର...

ଅଜା, ଆଈ ଭରସାରେ ଭିନ୍ନକ୍ଷମ ଜଗଦୀଶ

କୋକସରା,୧୮ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ମା’ବାପା ମାନସିକ ରୋଗାକ୍ରାନ୍ତ ହୋଇଥିବାବେଳେ ସେମାନଙ୍କର ୫ ବର୍ଷର ଭିନ୍ନକ୍ଷମ ଶିଶୁପୁତ୍ର ଅଜା, ଆଈଙ୍କ ଭରସାରେ ଜୀବନ ବିତାଉଛନ୍ତି। ଏଭଳି...

ଲେଙ୍ଗୁମିଶ୍ର ଛକ-ଜୀରାବ୍ରିଜ ରାସ୍ତା ଜବରଦଖଲ: ଉଚ୍ଛେଦ ପାଇଁ ପୌର ପରିଷଦର ନୋଟିସ୍ -ଏଥର ଉଚ୍ଛେଦ ହେବ ତ !

ବରଗଡ, ୧୮।୩(ପ୍ରେମାନନ୍ଦ ଖମାରୀ) – ବରଗଡ଼ ସହରର ବହୁଚର୍ଚ୍ଚିତ ଲେଙ୍ଗୁମିଶ୍ର ଛକରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ନେଇ ଗତ ୨୦୨୩ ମସିହାରୁ ଦାବି...

ପାରଳାଖେମୁଣ୍ଡିରେ ମେଡିକାଲ କଲେଜ ଖୋଲିବାକୁ ଦାବି ଜଣାଇଲେ ବିଧାୟକ

ଗଜପତି,୧୮।୩ି(ଗିରିଧାରୀ ପରିଛା): ବର୍ତ୍ତମାନ ବିଧାନସଭା ଅଧିବେଶନ ଚାଲୁ ରହିଥିବା ବେଳେ ପାରଳାଖେମୁଣ୍ଡି ବିଧାୟକ ଇଂ.ରୁପେଶ କୁମାର ପାଣିଗ୍ରାହୀ ପାରଳାଖେମୁଣ୍ଡିଠାରେ ଏକ ମେଡିକାଲ କଲେଜ ଖୋଲିବାକୁ ଦାବି...

ଘର ସମ୍ମୁଖରେ ପଡ଼ି ବୁଜିଦେଲେ ଆଖି

ଭଞ୍ଜନଗର,୧୮।୩(ବାବୁଲା ପ୍ରଧାନ ): ଭଞ୍ଜନଗର ଥାନା ଅନ୍ତର୍ଗତ ବିରିକୋଟର ବାଳକୃଷ୍ଣ ପାତ୍ର( ୪୦) ମଙ୍ଗଳବାର ନିଜ ଘର ସମ୍ମୁଖରେ ଅସାବଧାନତା ବଶତଃ ଝୁଣ୍ଟି ପଡିବାରୁ ଗୁରୁତର...

୨୨ ବୋତଲ ବିଦେଶୀ ମଦ ଜବତ: ଜଣେ ଗିରଫ

ଦିଗପହଣ୍ଡି,୧୮।୩(ଅଶେଷ ନାଥ ମିଶ୍ର)ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ଗ୍ରାମର ଟୁଟୁ ସେଠୀଙ୍କ ନିକଟରୁ ପୋଲିସ ୨୨ ଟି ବିଦେଶୀ ମଦ ବୋତଲ ଜବତ କରିଛନ୍ତି। ବିନା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image