Advertisement

ଯୁଦ୍ଧମ ଦେହି ଡାକରା ଦେଲେ ମାଓବାଦୀ

ମ.ରାମପୁର,୨୬ା୭(ଶଶିଭୂଷଣ ପ୍ରହରାଜ): ଦିନକୁ ଦିନ କଳାହାଣ୍ଡି ଜିଲା ମ. ରାମପୁର ଅଞ୍ଚଳରେ ମାଓବାଦୀ କାର୍ଯକଳାପ ବଢ଼ିଚାଲିଛି। ଏବେ ଖୋଲାଖୋଲି ମାଓବାଦୀ ଯୁଦ୍ଧମ ଦେହି ଡାକରା ଦେଇଛନ୍ତି। ଉଚ୍ଚ ବର୍ଗଙ୍କ ବିରୋଧରେ ଯୁଦ୍ଧ ପାଇଁ ସ୍ବଳ୍ପ ସଂଖ୍ୟକ ବର୍ଗଙ୍କୁ ମତାଉଛନ୍ତି। ମ. ରାମପୁର ବ୍ଲକ ମାଣିକେରା ପଞ୍ଚାୟତ ଟାପରାଙ୍ଗରେ ଗତ ମେ’ ୯ତାରିଖ ପୋଲିସ ମାଓବାଦୀ ଗୁଳି ବିନିମୟରେ ୫ ଜଣ ମାଓବାଦୀ ନିହତ ହେଇଥିଲେ ଜୁନ୍‌ ୨୪ ତାରିଖରେ ମାଓବାଦୀ ପୋଷ୍ଟର ଗ୍ରାମେ ଗ୍ରାମେ ଲଗାଇ ମାଓବାଦୀ ସପ୍ତାହ ପାଳନ କରିଥିଲେ। ଏହାର ଏକ ମାସ ପରେ ପୁଣି ମ. ରାମପୁର ବ୍ଲକ ମାଣିକେରା ଅଞ୍ଚଳରେ ମାଓବାଦୀ ପୋଷ୍ଟର ଲାଗିଛି। ଏଥିରେ ୨୮ରୁ ଅଗଷ୍ଟ ୩ ପର୍ଯନ୍ତ ମାଓବାଦୀ ସାପ୍ତାହ ପାଳନ ପାଇଁ ଡାକରା ଦିଆଯାଇଛି। ଏହି ପୋଷ୍ଟରରେ ପୋଲିସ ଏନକାଉଣ୍ଟରରେ ନିହତ ମାଓବାଦୀଙ୍କୁ ସହିଦ ଦର୍ଶାଇ ଫଟୋ ମଧ୍ୟ ଦିଆଯାଇଛି। ମାଓବାଦୀ ସଂଗଠନ ସଂସ୍ଥାପକ ଚରୁମାଜୁମଦାର, କାନ୍ନାଇ ଚାଟାର୍ଜୀ ଅମର ରହେ, କୁନସାଇ, ଗନ୍ଧମାର୍ଦ୍ଦନ, ମାତାଙ୍କୁପା, ଟାପ ରଙ୍ଗଠାରେ ପୋଲିସ ଏନ୍‌କାଉଣ୍ଟ ରେ ନିହତଙ୍କୁ ସହିଦ ରୂପେ ସ୍ମୃତି ଚାରଣ କରିବା, ମିଥ୍ୟା ଏନକାଉଣ୍ଟର କରିଥିବା ଦୋଷୀଙ୍କୁ ଦଣ୍ଡ ଦେବା, ଗାଁ ଗାଁରେ ପୋଲିସ ଖବରଦାତାଙ୍କୁ ଦଣ୍ଡ ଦେବା,ଦଳୀୟ ଅନୁଶାସନ ପାଳନ,ଛପା ଯୁଦ୍ଧକୁ ତୀବ୍ର ଓ ବ୍ୟାପକ କରିବା କରିବା, ସମାଧାନ ବିପକ୍ଷରେ ଲଢ଼ିବା, ଛୋଟ ମାଧ୍ୟମ ଗରିଲା ଦଳକୁ ଧ୍ୱଂସ କରିବା, ବ୍ରହ୍ମଣୀୟ ହିନ୍ଦୁତ୍ୱ ଫାଶୀ ବାଦ ଧ୍ୱଂସ ପାଇଁ ଅଳ୍ପ ସଂଖ୍ୟକଙ୍କୁ ସଂଘଟିତ କରିବା ଆଦି କୋଠାର ଭାଷାରେ ପୋଷ୍ଟର ଲଗାଯାଉଛି। ସାମ୍ରାଜ୍ୟବାଦ, ପୁଞ୍ଜିବାଦ, ସାମନ୍ତବାଦକୁ ତିରସ୍କାର କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share