ରାଜଧାନୀରେ ଖୋଲିବ ମଲ

ଭୁବନେଶ୍ୱର,୨ା୭ (ବ୍ୟୁରୋ): ରାଜଧାନୀରେ ଆଗକୁ ଖୋଲିପାରେ ଶପିଂ ମଲ ଓ ମଲ୍ଟିପ୍ଲେକ୍ସ। ଏନେଇ ସମ୍ପୃକ୍ତ ମାଲିକଙ୍କ ସହ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କର୍ତ୍ତୃପକ୍ଷ ଆଲୋଚନା କରୁଥିବା ଜଣାପଡିଛି। ମଲ୍ଟି ବ୍ରାଣ୍ଡ୍‌ ମଲ ଖୋଲିବା ନେଇ ସ୍ବତନ୍ତ୍ର ଗାଇଡ୍‌ଲାଇନ ପ୍ରସ୍ତୁତ କରାଯିବ। ଏଥିପାଇଁ ନୂଆ ଏସ୍‌ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଜିଓର) ଆସିବ। ଦିନେ କି ଦୁଇଦିନ ଭିତରେ ମଲଗୁଡ଼ିକ ଖୋଲିପାରେ ବୋଲି ବିଏମ୍‌ସିର ଜନୈକ ଅଧିକାରୀଙ୍କଠାରୁ ସୂଚନା ମିଳିଛି। ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ମଲ୍‌କୁ ବନ୍ଦ କରାଯାଇଥିଲା। ପର୍ଯ୍ୟାୟକ୍ରମେ ସିଙ୍ଗଲ ବ୍ରାଣ୍ଡ୍‌ ମଲ ଖୋଲିବା ପରେ ଏବେ ମଲ୍ଟି ବ୍ରାଣ୍ଡ୍‌ ମଲ ଖୋଲିବାକୁ ଯାଉଛି।

Share