ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। କୁହାଯାଏ ବିଷଧର ଜନ୍ତୁଙ୍କ ଠାରୁ ଦୂରରେ ରହିବା ଭଲ । ବିଶେଷକରି ମଣିଷ ଏମାନଙ୍କ ଠାରୁ ଯେତେ ଦୂରରେ ରହିବା ଉଚିତ୍। ଭିଡିଓରେ ଜଣେ ବ୍ୟକ୍ତି ଏକ ବିଷଧର ସାପକୁ ନିଜ ପାପୁଲିରେ ପାଣି ଢ଼ାଳି ପିଆଉଛନ୍ତି। ସାପଟି ମଧ୍ୟ ତାଙ୍କ ହାତରୁ ପାଣି ପିଇବାରେ ଲାଗିଛି। ଯାହାକୁ ଦେଖିଲେ ଭୟରେ ଲୋମ ଟାଙ୍କୁରି ଉଠିବ। ତେବେ ବ୍ୟକ୍ତି ଜଣଙ୍କ ତାଲିମ୍ ପ୍ରାପ୍ତ ପ୍ରଶିକ୍ଷକ ହୋଇଥିବାରୁ ଏପରି ସାହାସ କରିଛନ୍ତି। ଏହାକୁ ଅନ୍ୟମାନେ କରିବା ପାଇଁ ଚେଷ୍ଟା କରିବା ମୁର୍ଖମୀ ବ୍ୟତୀତ କିଛି ହୋଇ ନ ପାରେ। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦା ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
https://twitter.com/susantananda3/status/1501586922380021764?cxt=HHwWiMCqvbTW2tYpAAAA