Posted inଜାତୀୟ

ମହିଳାଙ୍କ ପୋଷାକ ଦେଖି ରାଗିଗଲେ ବ୍ୟକ୍ତି, ଏସିଡ ମାଡ କରିବାକୁ ଦେଲେ ଧମକ

ବେଙ୍ଗାଲୁରୁ,୧୧।୧୦: ବେଙ୍ଗାଲୁରୁରେ ଜଣେ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା ଏବଂ ତାଙ୍କ ବିରୋଧରେ ଜଣେ ମହିଳାଙ୍କ ଉପରେ ଏସିଡ ପକାଇବାକୁ ଧମକ ଦେଇଥିବା ଅଭିଯୋଗ ସହ ମାମଲା ରୁଜୁ ହୋଇଛି। ମହିଳାଙ୍କ ସ୍ବାମୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତ ନିକିତ ଶେଟ୍ଟୀ ତାଙ୍କ ସ୍ତ୍ରୀଙ୍କୁ ତାଙ୍କ ପୋଷାକ ପସନ୍ଦକୁ ନେଇ ଧମକ ଦେଇଥିଲେ। ବ୍ୟକ୍ତି ଜଣକ ବେଙ୍ଗାଲୁରୁର ଅଧିକାରୀଙ୍କୁ ଟ୍ୟାଗ କରି ଏକ୍ସରେ ଏକ ପୋଷ୍ଟ ଶେୟାର କରିଥିଲେ, ଯେଉଁଥିରେ ସେ ଲେଖିଥିଲେ କି ମୋ ସ୍ତ୍ରୀଙ୍କ ପୋଷାକ ପସନ୍ଦକୁ ନେଇ ଜଣେ ବ୍ୟେକ୍ତି ତାଙ୍କ ୁପରକୁ ଏସିଡ ମାଡ କରିବାକୁ ଧମକ ଦେଇଛନ୍ତି। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଦୟାକରି ଏହି ବ୍ୟକ୍ତିଙ୍କ ବିରୋଧରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ, ଯାହା ଦ୍ୱରା ଏହି ଘଟଣା ଠିକ ସମୟରେ ବନ୍ଦ ହୋଇପାରିବ।

ଯେତେବେଳେ ବ୍ୟକ୍ତି ଜଣକ ସୋସିଆଲ ମିଡିଆରେ ଏ ବିଷୟରେ ସୂଚନା ଦେଇଥିଲେ, ସେତେବେଳେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ଯେତେବେଳେ ତାଙ୍କ କମ୍ପାନୀ ଏହା ବିଷୟରେ ଜାଣିଲା, ସେହି ସମୟରେ ତାଙ୍କୁ ଚାକିରିରୁ ବରଖାସ୍ତ କଲା ଏବଂ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଏହି ପ୍ରସଙ୍ଗରେ କମ୍ପାନୀ କହିଛି, ଆମର ଜଣେ କର୍ମଚାରୀ ନିକିତ ଶେଟ୍ଟୀଙ୍କ ସହ ଜଡିତ ଏକ ଗୁରୁତର ଘଟଣା ବିଷୟରେ ଜଣାଇବାରେ ଆମେ ଅତ୍ୟନ୍ତ ଦୁଃଖିତ, ଯିଏ ପୋଷାକ ପସନ୍ଦ ବିଷୟରେ ଧମକପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। କମ୍ପାନୀ ନିକିତ ଶେଟ୍ଟୀଙ୍କୁ କହିଛି, ଏହି ଆଚରଣ ସମ୍ପୂର୍ଣ୍ଣ ଗ୍ରହଣୀୟ ନୁହେଁ ଏବଂ ଆମେ ଇଟିଓସ ସର୍ଭିସେସ ନିର୍ମାଣ କରିଥିବା ମୂଳ ମୂଲ୍ୟ ବିରୁଦ୍ଧରେ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କୁ ଦୀପାବଳି ଭେଟି ଦେଲେ କେନ୍ଦ୍ର ସରକାର, ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୧୬।୧୦: ଆଜି କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଛନ୍ତି। ଦେଶର ପ୍ରାୟ ଏକ କୋଟି ସରକାରୀ କର୍ମଚାରୀଙ୍କ ଡିଏ ବୃଦ୍ଧି କରାଯାଇଛି...

ହୋଇଗଲା ନିଷ୍ପତ୍ତି: ନାୟବ ସିଂ ସାଇନି ହେବେ ହରିୟାଣାର ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୧୬।୧୦: ଭାଜପା ହରିୟାଣାରେ ବିଧାୟକ ଦଳର ନେତା ଚୟନ କରିଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ନାୟବ ସିଂ ସାଇନି...

ହେଜବୋଲ୍ଲାର ପେଜରଠାରୁ ଅଧିକ ଶକ୍ତିଶାଳୀ ଇଭିଏମ୍‌, କଂଗ୍ରେସର ଦାବିକୁ ନେଇ ଏମିତି କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୧୬।୧୦: ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ କଂଗ୍ରେସ ନେତା ରସିଦ ଅଲଭି ମଙ୍ଗଳବାର ବାଲାଟ ପେପର ମାଧ୍ୟମରେ ଭୋଟ ଦେବାକୁ...

ଜମ୍ମୁ-କଶ୍ମୀରକୁ ମିଳିଲା ପ୍ରଥମ ମୁଖ୍ୟମନ୍ତ୍ରୀ

ଶ୍ରୀନଗର,୧୬।୧୦: ଜମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ପ୍ରଥମ ସରକାର ବୁଧବାର ଶପଥ ଗ୍ରହଣ କରିଛନ୍ତି। ଓମାର ଅବଦୁଲ୍ଲା କଶ୍ମୀରର ଇଣ୍ଟର ନ୍ୟାଶନାଲ କନଭେନଶନ ସେଣ୍ଟରରେ ପ୍ରଥମ...

ବାବା ସିଦ୍ଦିକୀ ହତ୍ୟାକାଣ୍ଡ: ୟୁଟ୍ୟୁବ ଦେଖି ଗୁଳି ଚଳାଇବା ଶିଖିଥିଲେ ଅଭିଯୁକ୍ତ

ମୁମ୍ବାଇ,୧୬।୧୦: ଶନିବାର ବିଳମ୍ବିତ ରାତିରେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଭେଟେରାନ ଏନସିପି ନେତା ଅଜିତ ପାୱାର ଗ୍ରୁପର ବାବା ସିଦ୍ଦିକୀଙ୍କୁ ଗୁଳି କରି ହତ୍ୟା...

ଯେବେ ମେଜର ଜେନରାଲଙ୍କ ଝିଅଙ୍କୁ ଭଲପାଇ ବସିଥିଲେ ଓମାର ଅବଦୁଲ୍ଲା, କୋର୍ଟରେ ପହଞ୍ଚିଥିଲା ମାମଲା…

ନୂଆଦିଲ୍ଲୀ,୧୬।୧୦: ନ୍ୟାଶନାଲ କନଫରେନ୍ସର ନେତା ଓମାର ଅବଦୁଲ୍ଲା ଆଜି ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ୫୪ ବର୍ଷୀୟ ଅବଦୁଲ୍ଲା ଦ୍ୱିତୀୟ ଥର...

‘ପ୍ରତିଟି ଭାରତୀୟ ଆପଣଙ୍କ ନିକଟରେ ଋଣି ରହିବେ’, ଭାଇରାଲ ହେଉଛି ରତନ ଟାଟାଙ୍କ ଏମିତି ଏକ ଚିଠି

ନୂଆଦିଲ୍ଲୀ,୧୬।୧୦: ଦେଶର ବିଜନେସ ଟାଇକୁନ ରତନ ଟାଟାଙ୍କର ବୁଧବାର ରାତିରେ (୯ ଅକ୍ଟୋବର ୨୦୨୪)ରେ ୮୬ ବର୍ଷ ବୟସରେ ମୁମ୍ବାଇର ଏକ ଡାକ୍ତରଖାନାରେ ପରଲୋକ ହୋଇଛି।...

ନୂଆ କାର୍‌ ଆଗରେ ଲଙ୍କା-ଲେମ୍ବୁ ଟାଙ୍ଗିଲେ ଜର୍ମାନ ରାଷ୍ଟ୍ରଦୂତ: ନଡ଼ିଆ ଭାଙ୍ଗିବା ପରେ… ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୬।୧୦: ଭାରତରେ ଯେତେବେଳେ ବି ଏକ ନୂତନ ଜିନିଷ ଘରକୁ ଆସେ, କେବଳ ଏହାକୁ ପୂଜା କରାଯାଏ ନାହିଁ, ବରଂ ଲେମ୍ବୁ ଏବଂ ଲଙ୍କା ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri