ସୋସିଆଲ ମିଡିଆରେ ଅନେକ ସମୟରେ ଏମିତି କିଛି ଭିଡିଓ ଶେୟାର କରାଯାଇଥାଏ, ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖି ଦର୍ଶକେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି। ଭିଡିଓରେ ଜଣେ ବ୍ୟକ୍ତି ନିଜ ମୁଣ୍ଡ ଉପରେ ଏକ ବାଇକ୍ ଉଠାଇ ବସ୍ ଉପରେ ରଖୁଛନ୍ତି। ୪୫ ସେକେଣ୍ଡ୍ର ଏହି ଭିଡିଓକୁ ଦେଖି ଲୋକେ ବ୍ୟକ୍ତିଙ୍କ ସାହସକୁ ପ୍ରଶଂସା କରୁଛନ୍ତି।
वाह क्या BALANCE है 👌👌👌#HINDUSTANI जुगाड़ again😊😊😊😊 pic.twitter.com/cVxYKvNXnT
— Rupin Sharma IPS (@rupin1992) September 21, 2021
ଭିଡିଓଟିକୁ ଟୁଇଟରେ @rupin1992 ନାମକ ଏକ ଆକାଉଣ୍ଟରେ ଶେୟାର କରାଯାଇଛି। ଏଥିରେ କ୍ୟାପଶନ ଲେଖାଯାଇଛି, ବାଃ କି ବାଲାନ୍ସ! ଏହା ହିନ୍ଦୁସ୍ତାନ କୌଶଳ। ଭିଡିଓରେ ଦେଖିବେ ଏକ ବସ୍ ଠିଆ ହୋଇଛି। ଏହା ନିକଟରେ ତିନି/ଚାରି ଜଣ ବ୍ୟକ୍ତି ବାଇକ୍କୁ ଧରିଛନ୍ତି। ସମସ୍ତେ ମିଶି ବାଇକ୍କୁ ବସ୍ ଉପରକୁ ଟେକିବାକୁ ଚେଷ୍ଟା କରୁଛନ୍ତି। ମାତ୍ର ପାରୁନାହାନ୍ତି। ଏହି ସମୟରେ ଜଣେ ବ୍ୟକ୍ତି ବାଇକ୍କୁ ନିଜ ମୁଣ୍ଡରେ ଥୋଇ ଶିଡ଼ିରେ ଧିରେ ଧିରେ ଚଢ଼ିବାରେ ଲାଗୁଛନ୍ତି। ଶେଷରେ ବାଇକ୍ଟିକୁ ନେଇ ବସ୍ ଉପରେ ରଖୁଛନ୍ତି। ୟୁଜର୍ସମାନେ ବ୍ୟକ୍ତିଙ୍କ ଭାରସାମ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ବାଇକ୍ର ଓଜନ ପ୍ରାୟ ୧୫୦ କେଜି। କିନ୍ତୁ ବ୍ୟକ୍ତିଜଣକ ମୁଣ୍ଡରେ ବାଇକ୍ଟିକୁ ଥୋଇ ବସ୍କୁ ଚଢ଼ିବା ସମସ୍ତଙ୍କୁ ଚକିତ କରିଛି। ୟୁଜର୍ସମାନେ ଭିଡିଓ ଦେଖି ଭିନ୍ନ ଭିନ୍ନ ପ୍ରତିକ୍ରିୟା ସବୁ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି ବାଲାନ୍ସକୁ ମାନିବାକୁ ପଡ଼ିବ।