ବିନା କାରଣରେ ନିସ୍ତୁକ ପିଟିଲା ପୋଲିସ, ହସ୍ପିଟାଲରେ ଭର୍ତ୍ତି ହେଲେ ବ୍ୟକ୍ତି

ରାଜନଗର,୩୦।୯(ତ୍ରିଲୋଚନ ଦାସ ): କେନ୍ଦ୍ରାପଡା ରାଜନଗର ପୋଲିସ ସାଧାରଣ ଲୋକଙ୍କୁ ବିନା କାରଣରେ ମାଡ ମାରିବା ଘଟଣା ସାମ୍ନାକୁ ଆସିଛି। ରାଜନଗର ଥାନା ଅନ୍ତର୍ଗତ ହଂସିଣା ଗୁଳା ଗ୍ରାମର ପ୍ରମୋଦ ବିଶାଳ ନିଜ ଦୋକାନରେ ଥିବାବେଳେ ରାଜନଗର ଥାନା ଗାଡି ସେଠାରେ ପହଞ୍ଚିଥିଲା। ଗାଡିରେ ଥିବା ପୋଲିସ କର୍ମଚାରୀ ନରେନ୍ଦ୍ର କୁମାର ସଂ ଜୈନିକ ଲୋକର ଠିକଣା ପଚାରିଥିଲେ। ପ୍ରମୋଦ ସେ ବ୍ୟକ୍ତିର ଠିକଣା କହିବା ପରେ ପୋଲିସ ସେଠାରୁ ଚାଲିଯାଇଥିଲେ। ମାତ୍ର କିଛି ସମୟ ପରେ ପୋଲିସ ଫେରିଆସି ହଠାତ୍‌ ପ୍ରମୋଦକୁ ନିସ୍ତୁକ ମାଡମାରି ଲହୁ ଲୁହାଣ କରିଥିବା ସୂଚନା ମିଳିଛି। ଏହାପରେ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ପ୍ରମୋଦକୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରିଥିଲେ। ହେଲେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ନ୍ୟାୟ ପାଇଁ ପ୍ରମୋଦ ଓ ତାଙ୍କ ପରିବାର କେନ୍ଦ୍ରାପଡା ଏସ୍‌ପି ଙ୍କ ଦାରସ୍ଥ ହୋଇଥିବା ଜଣାପଡିଛି।

 

Share