Categories: ଫୁରସତ

ଶତାବ୍ଦୀର ସବୁଠାରୁ ବିଳାସପୂର୍ଣ୍ଣ ବିବାହ କରିଥିବା ଯୁବକ ଏବେ ଜେଲ୍‌ରେ: ଜାଣନ୍ତୁ କାହିଁକି

ମ୍ୟାଡେଲିନ ବ୍ରୋକୱେ ଏବଂ ଜ୍ୟାକବ ଲାଗ୍ରନଙ୍କ ବିବାହକୁ ‘ଶତାବ୍ଦୀର ସବୁଠାରୁ ବିଳାସପୂର୍ଣ୍ଣ ବିବାହ’ କୁହାଯାଏ। ଏହି ବିବାହରେ ହୋଇଥିବା ଖର୍ଚ୍ଚ ବିଷୟରେ ଜାଣିବା ପରେ ହିଁ ବୁଝିହେବ କାହିଁକି ଏହି ବିବାହକୁ ‘ଶତାବ୍ଦୀର ସବୁଠାରୁ ବିଳାସପୂର୍ଣ୍ଣ ବିବାହ’ କୁହାଯାଉଛି। ମ୍ୟାଡେଲିନ-ଜ୍ୟାକବଙ୍କ ଏହି ବିବାହରେ ୫୬ ମିଲିୟନ ଡଲାର ଥିଲା (ପ୍ରାୟ ୪,୬୬,୬୬,୦୬,୧୬୮ ଟଙ୍କା)। ବିବାହ ପରେ ଏହି ଯୋଡି ରାତାରାତି ଏକ ଇଣ୍ଟରନେଟ ସେନସେସନ୍‌ ପାଲଟିଯାଇଥିଲେ।ପ୍ୟାରିସର ଭର୍ସେଲେସ ପ୍ୟାଲେସରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା।
କନ୍ୟା ମ୍ୟାଡଲିନ ବ୍ରୋକୱେ ରାତାରାତି ଏକ ତାରକା ହୋଇଗଲେ ଏବଂ ଲୋକମାନେ ତାଙ୍କୁ ଏକ ଭିନ୍ନ ନଜରରେ ଦେଖିଥିଲେ। ତେବେ ଏହି ଗ୍ରାଣ୍ଡ ବିବାହ ପରେ ଏହି ଦମ୍ପତି ପାଇଁ ଏକ ସମସ୍ୟା ଉପୁଜିଛି। ୨୯ ବର୍ଷୀୟ ଯାକବ ଲାଗ୍ରୋନ, ବର୍ତ୍ତମାନ ଗୁରୁତର ଅପରାଧିକ ମାମଲା ସାମ୍ନା କରୁଛନ୍ତି।
ଯାକବଙ୍କ ବିରୋଧରେ ଅଭିଯୋଗ ମାର୍ଚ୍ଚ ୧୪ରେ ଟେକ୍ସାସରେ ଘଟିଥିବା ଏକ ଘଟଣାରୁ ଆସିଛି। ୱେଷ୍ଟୱର୍ଥ ପୋଲିସ ଅଧିକାରୀଙ୍କ ଅନୁଯାୟୀ, ଯାକବଙ୍କ ବିରୋଧରେ ଶାରୀରିକ ନିର୍ଯାତନା ଅଭିଯୋଗ ହୋଇଛି। ତାଙ୍କୁ ପୋଲି ଗିରଫ କରିଛି।

Share