ମୁଣ୍ଡଳି ବ୍ୟାରେଜରୁ ଡେଇଁଥିବା ବ୍ୟକ୍ତିଙ୍କ ଏଯାଏ ମିଳୁନି ସନ୍ଧାନ

ବାରଙ୍ଗ,୨୯।୧୦(ଡି.ଏନ୍‌.ଏ.): ମୁଣ୍ଡଳି ବ୍ୟାରେଜରୁ ମହାନଦୀକୁ ଡେଇଁ ନିଖୋଜ ଥିବା ଯୁବକଙ୍କୁ ଶୁକ୍ରବାର ପୁଣି ଖୋଜାଖୋଜି ଆରମ୍ଭ ହୋଇଛି। ସକାଳେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଖାଜାଖୋଜି ଆରମ୍ଭ କରିଛନ୍ତି।
ସୂଚନାଯୋଗ୍ୟ, ଗଞ୍ଜାମ ଜିଲା ଦିଗପହଣ୍ଡିର ଚନ୍ଦ୍ରମଣି ତ୍ରିପାଠୀ ଗୁରୁବାର ଏକ ସ୍କୁଟି ଯୋଗେ ଆସି ମହାନଦୀକୁ ଡେଇଁଥିଲେ । ଭୁବନେଶ୍ବର ସିଆରପି ଅଞ୍ଚଳରେ ରହୁଥିବା ତାଙ୍କ ପରିବାର ଲୋକେ ମୁଣ୍ଡଳି ବ୍ୟାରେଜ ନିକଟରେ ପହଞ୍ଚି ନିଖୋଜ ବ୍ୟକ୍ତିଙ୍କ ପରିଚୟ ସ୍ପଷ୍ଟ କରିଥିଲେ । ଗୁରୁବାର ବାରଙ୍ଗ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କର ସନ୍ଧାନ ମିଳି ନ ଥିଲା। ପରେ ସନ୍ଧ୍ୟା ହୋଇଯିବାରୁ ଖୋଜାଖୋଜି ବନ୍ଦ ରହିଥିଲା। ତେବେ ଚନ୍ଦ୍ରମଣି ଏକ ଘରୋଇ ସଂସ୍ଥାରେ ଏଚ୍‌ଆର ଭାବେ କାର୍ଯ୍ୟ କରୁଥିଲେ । ଏଭଳି ଘଟଣା ପଛରେ କ’ଣ କାରଣ ରହିଛି ତାହା ସ୍ପଷ୍ଟ ହୋଇ ନାହିଁ।

Share