ବିସ୍ଫୋରଣରେ ଆହତ ବ୍ୟକ୍ତି ଆଖି ବୁଜିଲେ

ଚାନ୍ଦବାଲି,୨୮ା୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ଦକ୍ଷିଣ ସାହି ଗ୍ରାମରେ ବିସ୍ଫୋଣରେ ଆହତ ବିଷ୍ଣୁମୋହନ ସାହୁ (୪୫)ଙ୍କର ସୋମବାର କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନାନୁସାରେ, ରବିବାର ଅପରାହ୍ନରେ କୌଣସି କାରଣରୁ ନିଆଁ ଲାଗି ବିଷ୍ଣୁମୋହନଙ୍କ ଘରେ ଏକ ବିସ୍ଫୋରଣ ଘଟିଥିଲା। ବିଷ୍ଣୁ ଜଣେ ବାଣ କାରିଗର ତଥା ବିକ୍ରେତା ମଧ୍ୟ। ଘରେ ନିଆଁ ଲାଗିବା ପରେ ବିବାହ ଉତ୍ସବ ପାଇଁ ବିକ୍ରି ହେବାକୁ ଥିବା ବାଣରେ ନିଆଁ ଲାଗି ଘରର ଛାତ ଓ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ବିସ୍ଫୋରଣର ଶବ୍ଦ ପ୍ରାୟ ୧ କିଲୋମିଟର ଦୂରକୁ ଶୁଭିଥିଲା। ଖବର ପାଇ ଚାନ୍ଦବାଲି ଥାନାଧିକାରୀ କରୁଣାକର ରାଉତ ଏବଂ ଏସ୍‌ଡିପିଓ ଦେବୀଶଙ୍କର ପ୍ରତାପ ଘଟଣାସ୍ଥଳରେ ପହଞ୍ଚିଥିଲେ। ଚାନ୍ଦବାଲିରୁ ଦମକଳ ଆସି ନିଆଁକୁ ଆୟତ୍ତ କରିଥିଲା। ମତୋ ଫାଣ୍ଡି ପକ୍ଷରୁ ଘଟଣାସ୍ଥଳରେ ପ୍ରହରା ଦିଆଯାଇଛି। ଆଜି ଭଦ୍ରକରୁ ସାଇଣ୍ଟିଫିକ୍‌ ଟିମ୍‌ ଆସି ଘଟଣାର ତଦନ୍ତ କରୁଛନ୍ତି।

Share