ଅଧାରେ ଅଟକିଛି ମଣିଭଦ୍ରା ପତୁରିଆ ନଦୀବନ୍ଧ

ନୟାଗଡ଼ ଅଫିସ,୯।୧୦: ଜମି ଅଧିଗ୍ରହଣ ସମସ୍ୟା ଯୋଗୁ ନୟାଗଡ଼ ଜିଲା ଗଣିଆର ମଣିଭଦ୍ରା ପତୁରିଆ ନଦୀବନ୍ଧ ଅଧାରେ ଅଟକିଛି। ବନ୍ୟା ସମସ୍ୟାରୁ ମୁକୁଳିବା ପାଇଁ ଅଞ୍ଚଳବାସୀଙ୍କ ବାରମ୍ବାର ଦାବି ପରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ସ୍ଥିର ହୋଇଥିଲା। ହେଲେ ୨୦୧୩ରୁ ଏହି କାର୍ଯ୍ୟ ଅଧାପନ୍ତରିଆ ହୋଇରହିଛି। ଦଶପଲ୍ଲା ବିଧାୟକ ଏ ନେଇ ବିଭିନ୍ନ ସମୟରେ ବିଧାନସଭାରେ ପ୍ରଶ୍ନ କରିଛନ୍ତି। ତେବେ ଜମି ଅଧିଗ୍ରହଣ ପାଇଁ ଟଙ୍କା ଅଭାବ ଥିବାରୁ ଏହା ଆଉ ଆଗେଇପାରୁ ନ ଥିବା ଜଣାପଡିଛି।
୨୦୦୯ ଜାନୁୟାରୀ ୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତୁରିଆ ନଦୀବନ୍ଧ ଯୋଜନାର ଶିଳାନ୍ୟାସ କରିଥିଲେ। ଗଣିଆ ବ୍ଲକ ମଣିଭଦ୍ରା ପର୍ବତ ଶେଷ ସୀମା ଡଙ୍କାରସାହି ଗ୍ରାମଠାରୁ କିଶୋରପ୍ରସାଦ ପଞ୍ଚାୟତର ପତୁରିଆ ଗାଁ ୧୪ କିମି ପର୍ଯ୍ୟନ୍ତ ଏହି ନଦୀବନ୍ଧ ହୋଇଥାନ୍ତା। ଏହା ହୋଇଥିଲେ କିଶୋରପ୍ରସାଦ, ଗଣିଆ, ବେଲପଡା, ରାସଙ୍ଗ, ଛାମୁଣ୍ଡିଆ, ବଡସିଲିଙ୍ଗା ପଞ୍ଚାୟତରେ ବନ୍ୟା ସମସ୍ୟାକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା। କାରଣ ମହାନଦୀ ଓ ବୃତ୍ତଙ୍ଗ ନଦୀରେ ବନ୍ୟା ଆସିଲେ କିଶୋରପ୍ରସାଦ, ଗଣିଆ, ବେଲପଡା ପଞ୍ଚାୟତ ଆଂଶିକ ପ୍ରଭାବିତ ହେଉଥିବାବେଳେ ରାସଙ୍ଗ, ଛାମୁଣ୍ଡିଆ, ବଡସିଲିଙ୍ଗା ପଞ୍ଚାୟତ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୁଏ। ଏଭଳିସ୍ଥଳେ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିବା ପରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରାୟ ୮ କିମି ଶେଷ ହୋଇଛି। ଅବଶିଷ୍ଟ ପାଇଁ ଜମି ଅଧିଗ୍ରହଣ ହୋଇପାରିଲା ନାହିଁ। ଏ ନେଇ ନୟାଗଡ଼ ଜଳସେଚନ ବିଭାଗ ନିର୍ବାହୀଯନ୍ତ୍ରୀ ରାଜେନ୍ଦ୍ର ମିଶ୍ର ଓ ଦଶପଲ୍ଲା ଉପନିର୍ବାହୀଯନ୍ତ୍ରୀ ରବୀନ୍ଦ୍ର ନାଥ ସେଠୀ କୁହନ୍ତି, ମଣିଭଦ୍ରା ପତୁରିଆ ନଦୀବନ୍ଧ କାମ ୨୦୧୩ରେ ଶେଷ ହେବାର ଥିଲା। ପ୍ରକଳ୍ପ ପାଇଁ ସ୍ଥାନୀୟ ଲୋକେ ଜମି ଛାଡିବାକୁ ସହମତି ପ୍ରଦାନ କରିଥିଲେ। ପରେ କିଛି ଲୋକ ସହଯୋଗ କଲେ ନାହିଁ। ଫଳରେ ଜମି ଅଧିଗ୍ରହଣ ହୋଇପାରିଲା ନାହିଁ। ନାବାର୍ଡ ପକ୍ଷରୁ ମଞ୍ଜୁର ପ୍ରକଳ୍ପର ଅବଧି ଶେଷ ହୋଇଗଲା। ଅଥଚ କାମ ହୋଇପାରିଲା ନାହିଁ। ଏଭଳିସ୍ଥଳେ ବିଭିନ୍ନ ସମୟରେ ପ୍ରକଳ୍ପ କାର୍ଯ୍ୟ କରିବାକୁ କୁହାଯାଉଛି। ହେଲେ ଜମି ଅଧିଗ୍ରହଣ ପାଇଁ ଅର୍ଥର ଅଭାବ ରହିଛି। ଜମି ଅଧିଗ୍ରହଣ ହେଲେ ପ୍ରକଳ୍ପ କାର୍ଯ୍ୟ ସୁବିଧାରେ ହୋଇପାରିବ। ତେବେ ଏ ନେଇ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମାକ୍ଷା ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ ଘଟଣା: ହେଲ୍ପଲାଇନ ନମ୍ବର ଜାରି କଲା ପୂର୍ବତଟ ରେଳପଥ

ଚୌଦ୍ୱାର,୩୦ା୩: ରବିବାର ମଧ୍ୟାହ୍ନରେ ବେଙ୍ଗାଲୁରୁ-କାମାକ୍ଷା ଏକ୍ସପ୍ରେସ ଲାଇନ୍‌ଚ୍ୟୁତ ହେବା ପରେ ହେଲ୍ପଲାଇନ୍‌ ନମ୍ବର ଜାରି କରିଛି ପୂର୍ବତଟ ରେଳପଥ। କଟକ ପାଇଁ ହେଲ୍ପ ଲାଇନ୍‌ ନମ୍ବର-...

ବାଲି ବୋଝେଇ ଟ୍ରାକ୍ଟର ଓଲଟି: ଦୁଇ ଯୁବକଙ୍କ ମୃତ୍ୟୁ

ନୂଆପଡା,୩୦।୩ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଭିତରେ ଅବସ୍ଥିତ ଯୁନାପନି ଗ୍ରାମରେ ବାଲି ବୋଝେଇ ଟ୍ରାକ୍ଟର ଓଲଟି ରବିବାର...

Big Breaking: ନିର୍ଗୁଣ୍ଡିରେ ଲାଇନ୍‌ଚ୍ୟୁତ ହେଲା କାମାକ୍ଷା ଏକ୍ସପ୍ରେସର ୧୧ ବଗି

ଚୌଦ୍ୱାର,୩୦ା୩: କଟକ ଜିଲା ମଙ୍ଗୁଳି ନିକଟ ନିର୍ଗୁଣ୍ଡିଠାରେ ରବିବାର ମଧ୍ୟାହ୍ନରେ କାମାକ୍ଷା ଏକ୍ସପ୍ରେସର ୧୧ଟି ବଗି ଲାଇନ୍‌ଚ୍ୟୁତ ହୋଇଛି। ଟ୍ରେନ୍‌ ନଂ ୧୨୫୫୧ ବେଙ୍ଗାଲୁରୁରୁ କାମାକ୍ଷା...

କଳାହାଣ୍ଡିର ମାଟିରେ ତିଆରି ହେଉଛି କ୍ରିକେଟ ପିଚ୍‌: ମୁଖ୍ୟମନ୍ତ୍ରୀ

ଭବାନୀପାଟଣା,୩୦ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାକୁ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗସ୍ତ କରିଛନ୍ତି। ପୂର୍ବାହ୍ନ ୧୧ଟା ୩୦ରେ ସେ ଜିଲାର ଭବାନୀପାଟଣାସ୍ଥିତ କ୍ରିଷ୍ଣାନଗର...

ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ,  ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ

ରାଇକିଆ,୩୦।୩(ପ୍ରଦୀପ ବେହେରା): କନ୍ଧମାଳ ଜିଲା  ରାଇକିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ରବିବାର ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ...

ବାଲେଶ୍ୱର ବାର ଆସୋସିଏଶନ ନିର୍ବାଚନ କେଶବ ସଭାପତି, ସମ୍ବିତ ପୁଣି ସମ୍ପାଦକ

ବାଲେଶ୍ୱର,୩୦।୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର ଆସୋସିଏଶନ ନିର୍ବାଚନ ଶନିବାର ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ।  ଶନିବାର ରାତି ୧୨ ଟାରେ ଫଳାଫଳ ପ୍ରକାଶ...

ହଳପଦରରେ ରାସ୍ତାରୋକ, ଗାଡିମଟର ଚଳାଚଳ ବାଧାପ୍ରାପ୍ତ

ଅମରପାଲି,୩୦।୩(ପୀତାମ୍ବର ସାହୁ): ଜୋର ଜବରଦସ୍ତ ବିଦ୍ୟୁତ ବିଲ ସଂଗ୍ରହକୁ ବିରୋଧ କରି ଆନ୍ଦୋଳନ ତେଜିଛି। ବଦ୍ୟୁତ ବିଲ ନ ଦେବାରୁ ଟାଟାପାୱାର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ...

ଗଞ୍ଜେଇ ସିଗାରେଟ୍‌ ବିକ୍ରି କରି ଫଶିଲେ, ଜଣଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର,୩୦।୩: ଗଞ୍ଜାମ ଜିଲା ବ୍ରହ୍ମପୁର ଷ୍ଟାଡିୟମ ନିକଟରେ ଗଞ୍ଜେଇ ସିଗାରେଟ ବିକ୍ରି କରୁଥିବା ଅଭିଯୋଗରେ ଟାଉନ ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ସାରେ ବାନ୍ଧିଛି। ଅଭିଯୁକ୍ତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image