Posted inଫୁରସତ

୧୩୩ କୋଟିରେ ନିର୍ମିତ ମହଲ ୮୩ କୋଟିରେ ବିକ୍ରିହେବ

ଟ୍ରେନଟନ୍‌: ନ୍ୟୁଜର୍ସିର ବାସିନ୍ଦା ଡ୍ୟାନ୍‌ ତାଙ୍କ ପ୍ରେମିକା ଶେରୀ ଫୁନ୍‌ଶଙ୍କୁ ଏପରି ଏକ ଉପହାର ଦେଇଛନ୍ତି, ସେଥିପାଇଁ ଏବେ ସେ ଚର୍ଚ୍ଚାରେ ଅଛନ୍ତି। ଦୁହେଁ ଡେଟିଂ କରିବାବେଳେ ଶେରୀଙ୍କ ପାଇଁ ଡ୍ୟାନ୍‌ ଏକ ସୁନାର ମହଲ କରିବେ। ତା’ ପରେ ବିବାହ କରିବେ ବୋଲି କଥା ଦେଇଥିଲେ। ସେ ନିଜ କଥା ରଖି ବିବାହ ପୂର୍ବରୁ ଶେରୀଙ୍କ ପାଇଁ ଏକ ସୁନ୍ଦର ମହଲ ତିଆରି କଲେ। ଏଥିଲାଗି ସେ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କଲେ। ହେଲେ ଏବେ ସେ ସେହି ଘରକୁ ବିକ୍ରି କରିବାକୁ ଚାହୁଁଛନ୍ତି। ରିପୋର୍ଟ ମୁତାବକ, ଶେରୀ ଏବଂ ଡ୍ୟାନ୍‌ ୨୦୦୫ରେ ପ୍ରଥମ ଦେଖାରେ ଭଲ ପାଇ ବସିଥିଲେ। ସେତେବେଳେ ଡ୍ୟାନ୍‌ ଏହି ଉପହାର କଥା କହିଥିଲେ। ସେଥିପାଇଁ ସେ ୨୦୦୭ରେ ୨ ମିଲିୟନ ଡଲାର ଅର୍ଥାତ୍‌ ୧ କୋଟି ୬୬ ଲକ୍ଷରୁ ଊର୍ଦ୍ଧ୍ୱ ମୂଲ୍ୟର ଏକ ଜାଗା କିଣି ସେଠାରେ ଏକ ସୁନ୍ଦର ମହଲ ନିର୍ମାଣ କରିଥିଲେ। ସେତେବେଳେ ଏହି ମହଲ ନିର୍ମାଣରେ ୧୩୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। କିନ୍ତୁ ଏବେ ସେ ମହଲକୁ ୫୦ କୋଟି କମ୍‌ ମୂଲ୍ୟରେ ବିକ୍ରି କରିବାକୁ ଚାହୁଁଛନ୍ତି। ସେହି ସୁନାର ମହଲ ନିର୍ମାଣରେ ୨୨ କ୍ୟାରେଟ ସୁନା ପରସ୍ତର ୪୭ ହଜାର ଶିଟ୍‌ ବ୍ୟବହୃତ ହୋଇଥିଲା। ଉକ୍ତ ମହଲରେ ୮ ବେଡ୍‌ରୁମ୍‌, ୧୩ ଫାୟାର ପ୍ଲେସ୍‌, ଗୋଟିଏ ହୋମ୍‌ ଥିଏଟର, ୨ଟି ବାର୍‌ ରହିଛି। ମହଲ ଦ୍ୱାର ଖୋଲିବାମାତ୍ରେ ସିଣ୍ଡ୍ରେଲା ଶିଡ଼ି ଦେଖିବାକୁ ମିଳିବ, ଯାହା ଧଳା ମାର୍ବଲରେ ନିର୍ମିତ। ଏହା ଉପରେ ସୁନାର ପରସ୍ତ ମଧ୍ୟ ରହିଛି। ଶେରୀ ଏହି ମହଲକୁ ସ୍ବର୍ଗ ବୋଲି କହିଛନ୍ତି। ହେଲେ ଏହି ମହଲ ବିକ୍ରି ପଛର କାରଣ ଜଣାପଡ଼ିନି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri