ସାରା ବିଶ୍ୱକୁ ଦେଉଥିଲେ ଫିଟ୍‌ନେସ୍‌ ମନ୍ତ୍ର,ନିଜେ ୩୩ ବର୍ଷରେ ହୃଦ୍‌ଘାତରେ ହରାଇଲେ ପ୍ରାଣ

ବ୍ରାସିଲିଆ,୩୧।୮: ବ୍ରାଜିଲର ଇନ୍‌ଫ୍ଲୁଏନ୍ସର ଲାରିସା ବୋର୍ଗସ ସମଗ୍ର ବିଶ୍ୱକୁ ଫିଟ୍‌ ରହିବାର ମନ୍ତ୍ର ଦେଉଥିଲେ। କିନ୍ତୁ ସେ ନିଜେ ମାତ୍ର ୩୩ ବର୍ଷ ବୟସରେ ଜୀବନ ହାରିଛନ୍ତି। ହୃଦଘାତ ହେତୁ ସେ ମୃତ୍ୟୁବରଣ କରିଛନ୍ତି। ବୋର୍ଗସ ପ୍ରାୟ ଏକ ସପ୍ତାହ ଧରି ହସ୍ପିଟାଲରେ ଜୀବନ ପାଇଁ ସଂଗ୍ରାମ କରିଥିଲେ ଏବଂ ଶେଷରେ ଆଖି ବୁଜିଛନ୍ତି। ତାଙ୍କ ମୃତ୍ୟୁ ଖବରକୁ ପରିବାର ଲୋକ ନିଶ୍ଚିତ କରିଛନ୍ତି।
ବୋର୍ଗସଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ, ମାତ୍ର ୩୩ ବର୍ଷ ବୟସରେ ଲାରିସା ବୋର୍ଗସଙ୍କୁ ହରାଇବା ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଆମର ହୃଦୟ ଭାଙ୍ଗି ଯାଇଛି। ଆମେ ଏହି କ୍ଷତିକୁ ବହୁତ ଦିନ ପର୍ଯ୍ୟନ୍ତ ଭୁଲି ପାରିବୁ ନାହିଁ।
ଲାରିସା ବୋର୍ଗସ ଅଗଷ୍ଟ ୨୦ରେ ଗ୍ରାମାଡୋ ଯାଉଥିଲେ। ଏହି ସମୟରେ ସେ ସେ ହୃଦଘାତରେ ପୀଡିତ ହୋଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ସେ କୋମାକୁ ଯାଇଥିଲେ। ପରେ ସେ ପୁଣି ହୃଦଘାତରେ ପୀଡିତ ହୋଇଥିଲେ ଏବଂ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା।
ଲାରିସା ବୋର୍ଗସଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ସେ ହୃଦଘାତରେ ପୀଡିତ ବେହାବେଳେ ବୋଧହୁଏ ସେ ମଦ୍ୟପାନ କରିଥିଲେ। ପ୍ରାଥମିକ ରିପୋର୍ଟରୁ ଜଣାପଡିଛି ଯେ, ସେ ନିୟମିତ ଡ୍ରଗ ନେଉଥିଲେ। ବୋଧହୁଏ ମଦ୍ୟପାନ ହେତୁ ଏହା ଘଟିଛି। ଏନେଇ ଅଧିକ ଅନୁସନ୍ଧାନ କରାଯାଉଛି।

Share