Advertisement

ପୁଣି ସ୍ଥିତି ଜାହିର କଲା ମାଓବାଦୀ ସଂଗଠନ: ପୋଷ୍ଟର ଜାରି କରି ଲେଖିଲା ଏମିତି…

ବାଲିଗୁଡ଼ା,୧୬ା୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଦାରିଙ୍ଗବାଡ଼ି ଛକ ନିକଟ ଧୁଙ୍ଗିଆଦିଆ ଘାଟିରେ ଦେଖିବାକୁ ମିଳିଛି ମାଓବାଦୀ ପୋଷ୍ଟର। କେକେବିଏନ୍‌ ମାଓବାଦୀ ସଂଗଠନ ପକ୍ଷରୁ ଏହି ପୋଷ୍ଟର ଜାରି କରାଯାଇଥିବା ବେଳେ ଏଥିରେ ଅଗଷ୍ଟ ୧୮ରୁ ୨୪ ପର୍ଯ୍ୟନ୍ତ ବନ୍ଦକୁ ସଫଳ କରିବାକୁ ଉଲ୍ଲେଖ ରହିଛି। ପୂର୍ବରୁ ମୃତ୍ୟୁ ହୋଇଥବା ମାଓବାଦୀ କ୍ୟାଡରମାନଙ୍କୁ ଶହୀଦଙ୍କ ଆଖ୍ୟା ଦିଆଯାଇଥିବା ବେଳେ ବିପ୍ଳବୀ ଲାଲ ସଲାମ ଲେଖା ଯାଇଥିବା ଦେଖିବାକୁ ମିଳିଛି । କିଛିଦିନ ପୂର୍ବରୁ କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ସିର୍ଲା ଜଙ୍ଗଲରେ ପୋଲିସ ଓ ମାଓବାଦୀ ମଧ୍ୟରେ ତିନି ତିନି ଥର ଗୁଳିବିନିମୟ ହୋଇଥିଲା ଏବଂ ପୋଲିସ ଏନକାଉଣ୍ଟରରେ ୭ ମାଓବାଦୀ ନିହତ ହୋଇଥିଲେ। ଏନକାଉଣ୍ଟର ପରେ କିଛି ଦିନ ନିରବ ରହିଥିଲେ ମାଓବାଦୀ। ଏହାପରେ ପ୍ରଥମଥର ପାଇଁ ପୋଷ୍ଟର ଜାରି କରି ପୁଣି ଥରେ ଅଞ୍ଚଳରେ ନିଜର ସ୍ଥିତି ଜାହିର କରିଛି ମାଓବାଦୀ ସଂଗଠନ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel