ରାୟଗଡ଼ା/ଚନ୍ଦ୍ରପୁର,୧୫ା୫(ସ୍ବ.ପ୍ର.): ମାଓବାଦୀ ବନ୍ଦ ଡାକରା ସ୍ବରୂପ ଗଛ କାଟି ରାସ୍ତା ଅବରୋଧ ସହ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ପୂର୍ବରୁ ମାଓବାଦୀଙ୍କ ଦାରା ରିଲିଜ ହୋଇଥିବା ଅଡିଓ ଟ୍ୟାପ୍ ମୁତାବକ ସୋମବାର ଏହି ବନ୍ଦ ପାଳନ ଆହ୍ବାନ ଦିଆଯାଇଥିଲା। ମାଓବାଦୀ ଦ୍ୱାରା କରାଯାଇଥିବା ଗରିବଙ୍କ ପାଇଁ ବିଭିନ୍ନ ଦାବି ପୂରଣ ନେଇ ୭ ଜିଲା କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ରାୟଗଡ଼ା, ନୟାଗଡ଼, ଗଜପତି ଓ ଗଞ୍ଜାମ ଜିଲାରେ ବନ୍ଦ ଡାକରା ଦିଆଯାଇଥିବା ଏହି ବ୍ୟାନରରେ ଉଲ୍ଲେଖ କରାଯାଇଛି। ଏଥି ସହ ଉକ୍ତ ବ୍ୟାନରରେ ଦୁଇଟି ଦାବିକୁ ନେଇ ପୋଷ୍ଟର ମଧ୍ୟ ଲଗାଯାଇଛି। ସେହିଭଳି ଚନ୍ଦ୍ରପୁର ବ୍ଲକର ବିଭିନ୍ନ ସ୍ଥାନରେ ଏହିଭଳି ବ୍ୟାନର ଲାଗିବା ସହ ରାସ୍ତା ଅବରୋଧ କରାଯାଇଥିବା ସୂଚନା ମିଳିଛି।