ମାଲକାନଗିର,(ଡି.ଏନ୍.ଏ.): ପ୍ରଜାକୋର୍ଟରେ ଜଣଙ୍କୁ ହତ୍ୟା କଲେ ମାଓବାଦୀ।ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲା ମହୁପଦର ଅଞ୍ଚଳର କେରିମିଟି ଗାଁ ରେ । ମୃତକ ଜଣକ ହେଉଛନ୍ତି ଆନନ୍ଦ। ଗତ ଗୁରୁବାର ଆନନ୍ଦକୁ ମାଓବାଦୀ ନିଜ ଦଳଦଳି ଗାଁରୁ ଡାକିନେଇ ଥିଲେ। ଶୁକ୍ରବାର ନିସ୍ତୁକ ମାଡ଼ ମାରିବା ସହ ଶନିବାର ପ୍ରଜକୋର୍ଟ କରି ମୃତ୍ୟୁଦଣ୍ଡ ଦେଇଥିଲେ। ମାରିବା ପରେ ମୃତଦେହଟିକୁ ଜାଳି ଦେଇଥିବା ସୂଚନା ମିଳୁଛି। ପୋଲିସ ଏହି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଅନୁଧ୍ୟାନ କରୁଛି ।