ବ୍ୟାନର ଟାଙ୍ଗିଲେ ମାଓବାଦୀ, ରାଶନ ଦୋକାନୀଙ୍କୁ ଦେଲେ ଚେତାବନୀ

ପାଇକମାଳ,୨ା୬(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ପୁଣି ମାଓବାଦୀ ନିଜର ସ୍ଥିତି ଜାହିର କରିଛନ୍ତି। ବୁଧବାର ବିଳମ୍ବିତ ରାତିରେ ପାଇକମାଳ ଥାନା ଅନ୍ତର୍ଗତ ଭୁଲିଆବନ୍ଧ ନିକଟରେ ମାଓବାଦୀମାନେ ବ୍ୟାନର ଟାଙ୍ଗିଛନ୍ତି। ଏଥିରେ କିଛି ରାଶନ ଦୋକାନୀ ପୋଲିସ ଇନ୍‌ଫର୍ମର ସାଜିଥିବା ତଥା ବେଶୀ ରାଶନ ସାମଗ୍ରୀ କିଣୁଥିବା ଲୋକଙ୍କ ଉପରେ ପୋଲିସକୁ ସୂଚନା ଦେଉଥିବା ହିନ୍ଦୀ ଭାଷାରେ ଉଲ୍ଲେଖ ରହିଛି। ଏଭଳି କାର୍ଯ୍ୟରୁ ଦୂରେଇ ନ ରହିଲେ ସମ୍ପୃକ୍ତ ଦୋକାନୀଙ୍କୁ ଦଣ୍ଡିତ କରାଯିବ ବୋଲି ଚେତାବନୀ ଦିଆଯାଇଛି। ବ୍ୟାନର ଶେଷଭାଗରେ ବଲାଙ୍ଗୀର-ବରଗଡ଼-ମହାସମୁଦ ମାଓବାଦୀ ଡିଭିଜନ ବୋଲି ଲେଖା ହୋଇଛି। ଗୁରୁବାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟାନର ଜବତ କରିଛି।

Share