୨୭ ଜଣଙ୍କୁ ପ୍ରଜାକୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଲେ ମାଓବାଦୀ

ଗୁଡ଼ାରି/ରାୟଗଡ଼ା ଅଫିସ,୧୯ା୩: ରାୟଗଡ଼ା ଜିଲା ଗୁଡ଼ାରିରେ ଶୁକ୍ରବାର ମାଓବାଦୀ ନାମରେ ୨ଟି ପୋଷ୍ଟର ଦେଖିବାକୁ ମିଳିଛି। ପୋଷ୍ଟରଟି ସ୍ଥାନୀୟ ବଂଶଧାରା ନଦୀ ବ୍ରିଜ୍‌(ବାଇନାଗୁଡ଼ା ଛକ) ନିକଟରେ ଲଗାଯାଇଛି। ଏଥିରେ ଅଞ୍ଚଳର ୨୭ ଜଣ ରାଜନେତା, ସରକାରୀ କର୍ମଚାରୀ, ପୂର୍ବତନ ସରପଞ୍ଚଙ୍କ ନାମ ଉଲ୍ଲେଖ କରାଯାଇ ତାଙ୍କୁ ମାର୍ଚ୍ଚ ୨୦ରେ ପ୍ରଜାକୋର୍ଟରେ ହାଜର ନିମନ୍ତେ କୁହାଯାଇଛି। ସିପିଆଇ(ମାଓବାଦୀ) ବା. ଘୁ. ନା. ଡିଭିଜନାଲ କମିଟି ପୋଷ୍ଟରରେ ଲେଖାହୋଇଛି। ଉପରୋକ୍ତ ୨୭ ଜଣଙ୍କୁ ପୋଲିସ ସୂଚନାଦାତା ସନ୍ଦେହ କରାଯାଇ ପ୍ରଜାକୋର୍ଟରେ ହାଜର ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ଖବର ପାଇ ଗୁଡ଼ାରି ପୋଲିସ ପୋଷ୍ଟର ଦ୍ୱୟକୁ ଜବତ କରିଛି। ଏଭଳି ପୋଷ୍ଟରକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ସନ୍ଦେହ ପ୍ରକାଶ ପାଇଛି। ଅନ୍ୟପକ୍ଷେ ଏହା ପଛରେ ମାଓବାଦୀ କିମ୍ବା ଆଉ କାହାର ହାତ ରହିଛି, ସେ ନେଇ ପୋଲିସ ତଦନ୍ତ ଚଳାଇଛି।

Share