ବିଜାପୁର,୭।୪: ଛତିଶଗଡର ବସ୍ତର ଅଞ୍ଚଳରେ ଶନିବାର ଏନ୍କାଉଣ୍ଟର ବେବେଳ ନିଖୋଜ ହୋଇଥିବା କୋବ୍ରା କମାଣ୍ଡୋ ରାକେଶ୍ୱର ସିଂ ମନ୍ହାସ ମାଓବାଦୀମାନଙ୍କ କବ୍ଜାରେ ରହିଛନ୍ତି। ବୁଧବାର ମାଓବାଦୀ ସୋସିଆଲ ମିଡିଆ ମାଧ୍ୟମରେ ରାକେଶ୍ୱର ସିଂଙ୍କ ଫଟୋ ଶେୟାର କରିଛନ୍ତି। ଫଟୋ ରାକେଶ୍ୱର ବସି କିଛି କହଥିବା ଦେଖାଯାଇଛି। ଏହାପୂର୍ବରୁ ରାଜ୍ୟ ସରକାର ତାଙ୍କ ମୁକ୍ତି ପାଇଁ ମଧ୍ୟସ୍ଥ ନିଯୁକ୍ତ କରନ୍ତୁ ବୋଲି ମାଓବାଦୀମାନେ ପ୍ରସ୍ତାବ ଦେଇଛନ୍ତି। ସୂଚନାଯୋଗ୍ୟ, ବିଜାପୁର-ସୁକ୍ମା ମଧ୍ୟବର୍ତ୍ତୀ ଜଙ୍ଗଲରେ ହୋଇଥିବା ଏନ୍କାଉଣ୍ଟରରେ ୨୨ ଯବାନ ଶହୀଦ ହୋଇଥିଲେ।