କନ୍ଧମାଳ ଏସ୍‌ପିଙ୍କ ନିକଟରେ ମାଓବାଦୀଙ୍କ ଆତ୍ମସମର୍ପଣ

ଫୁଲବାଣୀ ଅଫିସ,୧୦।୧୦: କନ୍ଧମାଳ ଏସ୍‌ପିଙ୍କ ନିକଟରେ ବିଜିଏନ୍‌ ଡିଭିଜନର ମାଓବାଦୀ ରାହୁଲ ମୂଷାକି(ପିଣ୍ଟୁ) ଆତ୍ମସମର୍ପଣ କରିଛନ୍ତି। ରାହୁଲଙ୍କ ଘର ଛତିଶଗଡ଼ ରାଜ୍ୟ ସୁକୁମା ଜିଲାର ଜେଗୁରୁମୁଣ୍ଡା ପଞ୍ଚାୟତ ତଳଟ ଗ୍ରାମରେ।୨୦୧୫ରୁ ରାହୁଲ ମାଓବାଦୀ ସଙ୍ଗଠନରେ ମିଶି କାର୍ଯ୍ୟ କରିଆସୁଥିଲେ। ତେବେ ରାଜ୍ୟ ସରକାରଙ୍କ ବିଭିନ୍ନ ଉନୟନ୍ନମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ ମାଓବାଦୀ ସଙ୍ଗଠନ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ମନସ୍ଥ କରି ଆତ୍ମସମର୍ପଣ କରିଥିବା କଥା ପୋଲିସ କହିଛି l ସେହିପରି ମୁଖ୍ୟମନ୍ତ୍ରୀ ମାଓବାଦୀଙ୍କୁ ହିଂସା ଛାଡ଼ି ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଅପିଲ କରିବା ପରେ ଆତ୍ମସମର୍ପଣ କରିଥିବା କଥା ଏସ୍‌ପି ବିନୀତ ଅଗ୍ରୱାଲ କହିଛନ୍ତି । କନ୍ଧମାଳ ପୋଲିସର ରୀତିମତ କମ୍ବିଂ ଅପରେଶନ ଯୋଗୁ ଏବଂ ପୋଲିସ ପ୍ରତି ଭୟ, ଆତ୍ମସମର୍ପଣ କରିବାର ଆଉ ଏକ କାରଣ ବୋଲି ଏସ୍‌ପି ଅଗ୍ରୱାଲ କହିଛନ୍ତି।

Share