ନୂଆଦିଲ୍ଲୀ,୮।୪: କୋବ୍ରା ବାଟାଲିୟନର କମାଣ୍ଡୋ ରାକେଶ୍ୱର ସିଂ ମାନହାସଙ୍କୁ ଛାଡିବା ପୂର୍ବରୁ ମାଓବାଦୀମାନେ ଜଙ୍ଗଲ ନିକଟସ୍ଥ ଗାଁରେ ପ୍ରଜାକୋର୍ଟ କରିଥିଲେ। ପ୍ରଜାକୋର୍ଟରେ ମାଓବାଦୀମାନେ ରାକେଶ୍ୱରଙ୍କୁ ଦୁଇ ହାତ ବନ୍ଧା ଅବସ୍ଥାରେ ହାଜର କରିଥିଲେ। ଏଥିରେ ସରକାରଙ୍କ ୨ ମଧ୍ୟସ୍ଥି ଓ ୭ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ରାକେଶ୍ୱରଙ୍କୁ ଛାଡିବା ନେଇ ବିଚାର କରାଯାଇଥିଲା। ବିଚାର ବେଳେ ଉଭୟ ପକ୍ଷରୁ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା। ପ୍ରଜାକୋର୍ଟର ନିଷ୍ପତ୍ତି କ୍ରମେ ମାଓବାଦୀମାନେ ରାକେଶ୍ୱରଙ୍କୁ ଛାଡି ଥିଲେ। ରାକେଶ୍ୱରଙ୍କୁ ବାସାଗୁଡ଼ା କ୍ୟାମ୍ପକୁ ଅଣାଯିବା ପରେ ତାଙ୍କର ମେଡିକାଲ ଚେକଅପ୍ କରାଯାଇଥିଲା। ସେ ସୁସ୍ଥଥିବା ପୋଲିସ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।