Categories: ବାଣିଜ୍ୟ

ହ୍ୟୁଣ୍ଡାଇ ‘ଦ ନ୍ୟୁ କ୍ରେଟା’ର ବଜାର ପ୍ରବେଶ

ଭୁବନେଶ୍ୱର,୧୭।୧(ଅନୁରାଧା ମହାରଣା): ଦକ୍ଷିଣ କୋରିଆ ଭିତ୍ତିକ ପ୍ରମୁଖ ଅଟୋ ମୋବାଇଲ କମ୍ପାନୀ ହ୍ୟୁଣ୍ଡାଇ ପକ୍ଷରୁ ହ୍ୟୁଣ୍ଡାଇ ‘ଦ ନ୍ୟୁ କ୍ରେଟା’ ଭାରତୀୟ ବଜାରରେ ପ୍ରବେଶ କରିଛି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ସାଇକ୍ରିଷ୍ଣା ପଟ୍ଟନାୟକ ଏହି ବଜାର ପ୍ରବେଶ କାର୍ଯ୍ୟକ୍ରମରେ ଯୋଗଦେଇଥିବାବେଳେ ଓଏସ୍‌ଏଲ୍‌ ହ୍ୟୁଣ୍ଡାଇର ଜେନେରାଲ ମ୍ୟାନେଜର ପ୍ରଶାନ୍ତ କୁମାର ରାୟ, ସର୍ଭିସ୍‌ ମ୍ୟାନେଜର ଓ ଅଧିକାରୀମାନେ ଉପସ୍ଥିତ ଥିଲେ। ତେବେ ଓଏସ୍‌ଏଲ୍‌ ହ୍ୟୁଣ୍ଡାଇର ପ୍ରମୁଖ ଶୋ’ରୁମ୍‌ଗୁଡ଼ିକରେ ଉପଲବ୍ଧ ହୋଇଛି। ଅତି ଉନ୍ନତ ମାନର ଟେକ୍ନୋଲୋଜି ସହ ଏହି ମଡେଲ ପ୍ରସ୍ତୁତ ହୋଇଛି। ଗ୍ରାହକଙ୍କ ଚାହିଦା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ହ୍ୟୁଣ୍ଡାଇ କମ୍ପାନୀ ୧.୫ ଲିଟର ଏମ୍‌ପିଆଇ, ଟର୍ବୋ ପେଟ୍ରୋଲ, ୧.୫ ଲିଟର ଡିଜେଲ ଇଞ୍ଜିନ୍‌ରେ ମଡେଲ ପ୍ରଦତ୍ତ ହୋଇଛି। ନୂତନ ଜ୍ଞାନକୌଶଳରେ ନିର୍ମିତ ଏହି ମଡେଲରେ ୭୦ରୁ ଅଧିକ ଫିଚର ରହିଛି। ଏହି ବର୍ଗରେ ପ୍ରଥମଥର ପାଇଁ ୧୦.୨୬ ଇଞ୍ଚ ଟଚ୍‌ ସ୍କ୍ରିନ୍‌ ଇନ୍‌ଫୋଟେନମେଣ୍ଟ ଏବଂ ଆଡାସ୍‌ ଲେବଲ୍‌-୨ ସହ ସରାଉଣ୍ଡ ଭ୍ୟୁ କ୍ୟାମେରା ରହିଛି। ୭୦ରୁ ଅଧିକ ବ୍ଲୁ ଲିଙ୍କ୍‌ ଫିଚର ସହ ୩ ବର୍ଷ ଅସୀମିତ କିଲୋମିଟର ଓ୍ବାରେଣ୍ଟି ହ୍ୟୁଣ୍ଡାଇ ପ୍ରଦାନ କରୁଛି। କମ୍ପାନୀ ଏହାର ବଜାର ପ୍ରବେଶ ଦର ୧୦,୯୯,୯୯୦ ଟଙ୍କା ସ୍ଥିର କରିଛି।

Share