ନୂଆଁଖାଇ ପାଳନ ପାଇଁ ବଜାର ସାମାନ୍ୟ ଚଳଚଞ୍ଚଳ, ଚାଲିଛି କିଣାବିକା

ବଲାଙ୍ଗୀର,୨୨ା୮: ଚଳିତବର୍ଷ କରୋନା କଟକଣା ଯୋଗୁ ପଶ୍ଚିମଓଡ଼ିଶାର ଗଣପର୍ବ ନୂଆଁଖାଇରେ ପ୍ରଭାବ ପଡ଼ିଛି। ସହରରେ ବିନା ଗହଳିରେ ସାଧାରଣ ଭାବରେ ନୂଆଁଖାଇ ପାଳନ ପାଇଁ ସହର ବଜାର ସାମାନ୍ୟ ଚଳଚଞ୍ଚଳ ହୋଇଛି। ତିନି ଚାରି ଦିନ ଆଗରୁ ନୂଆଁଖାଇ ପ୍ରସ୍ତୁତି ପାଇଁ ସାଧାରଣ ମଜୁରିଆ ଜଙ୍ଗଲର ସର୍ଗିପତର, ରେଙ୍ଗାଲ ପତର, କୁରେ ପତର ଓ ଦନାଖଲି ତିଆରି କରି ହାଟବଜାରରେ ବିକ୍ରି କରି ଦୁଇ ପଇସା ରୋଜଗାର କରୁଥିଲେ। ଏବର୍ଷ କରୋନା ଯୋଗୁ ରାସ୍ତାଘାଟରେ ଗାଁ ଗହଳିର ପତ୍ର ତୋଳାଳିମାନେ ବଜାରକୁ ଆସି ନିଜ ତିଆରି ଦନା, ଖଲି ବିକ୍ରିପାଇଁ ପସରା ଖୋଲିଛନ୍ତି ା
ଉଲ୍ଲେଖଯୋଗ୍ୟ, ଆଦିବାସୀ ପରମ୍ପରା ଓ ସାଧାରଣ ଲୋକେ ନୂଆଁଖାଇରେ କୌଣସି ପ୍ରକାର ବାସନ,କୁସନ ବ୍ୟବହାର ନ କରି କୁରେ, ସର୍ଗି ପତରର ଦନାଖଲିରେ ନୂଆଁଖାଇ ପ୍ରସାଦ ଖାଇଥାନ୍ତି।

Share