ମଣ୍ଡି ଖୋଲିନି, ଧାନର ଅଭାବୀ ବିକ୍ରି

ସୋନପୁର,୫।୧୨(ନି.ପ୍ର.):ପଡୋଶି ବରଗଡ, ସମ୍ବଲପୁର, ବଲାଙ୍ଗୀର ଓ କଳାହାଣ୍ଡି ଜିଲାରେ ଖରିଫ ଧାନ ସଂଗ୍ରହ ଆରମ୍ଭ ହେଲାଣି। କିନ୍ତୁ ସୁବର୍ଣ୍ଣପୁର ଜିଲାରେ ଏ ପର୍ଯ୍ୟନ୍ତ ଧାନ କିଣା ଆରମ୍ଭ ହୋଇନି। ଜିଲାର ୬ଟି ବ୍ଲକ ମଧ୍ୟରୁ ଜଳସେଚିତ ଡୁଙ୍ଗୁରିପାଲି ଓ ବିନିକା ବ୍ଲକରେ ଧାନ ଅମଳ ଶୀଘ୍ର ହୋଇଥାଏ। ଏହି ଦୁଇ ବ୍ଲକର କେତେକ ଚାଷୀ ଧାନ ଅମଳ ସାରି ଆସନ୍ତା ରବି ଧାନ ଚାଷ ପାଇଁ ଜମି ପ୍ରସ୍ତୁତ କରି ତଳି ପକାଇଲେଣି। ମାତ୍ର ଏ ପର୍ଯ୍ୟନ୍ତ ସରକାରଙ୍କ ମଣ୍ଡି ଖୋଲିନି। ସୋମବାର ଡୁଙ୍ଗୁରିପାଲି ବ୍ଲକର ଦିଗଶିରା ମଣ୍ଡି ଓ ବିନିକା ମାର୍କେଟ୍‌ ୟାର୍ଡରେ ଧାନ କିଣା ଆରମ୍ଭ ହେବ ବୋଲି ଜଣାପଡିଛି। ତେଣୁ ଚାଷୀ ବାଧ୍ୟ ହୋଇ କମ୍‌ଦରରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଅସାଧୁ ବ୍ୟବସାୟୀ ଚାଷୀଙ୍କ ନିକଟରୁ କୁଇଣ୍ଟାଲ ପ୍ରତି ୧୪୦୦ଟଙ୍କାରେ ଧାନ କିଣି ମାଲେମାଲ ହେଉଛନ୍ତି। ଜିଲାରେ ବିଳମ୍ବିତ ଧାନ କିଣା ପାଇଁ ଚାଷୀ ଅଭାବି ବିକ୍ରିର ସମ୍ମୁଖୀନ ହେଉଥିବା ବେଳେ ଲୋକ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ଏଥିପ୍ରତି ଚିନ୍ତା ନାହିଁ।
ଜିଲାର ଅଣଜଳସେଚିତ ସୋନପୁର, ତରଭା, ଉଲୁଣ୍ଡା ଓ ବୀରମହାରାଜପୁର ବ୍ଲକରେ ସାମାନ୍ୟ ବିଳମ୍ବରେ ଧାନ ଅମଳ ହୁଏ। ଏହି ସବୁ ଅଞ୍ଚଳରେ ୩୦ ପ୍ରତିଶତ ଜମିରେ ଧାନ ଅମଳ ସରିଲାଣି। ଚାଷୀ ଧାନ ଅମଳ କରି ବିକ୍ରି ପାଇଁ ଖଳାରେ ଗଦା କରିଛନ୍ତି। ଅକ୍ଟୋବର ୩୧ରେ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲାପାଳ ଅବୋଲି ସୁନିଲ ନରଓ୍ବଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ୨୦୨୨-୨୩ ଖରିଫ ଧାନ କିଣା ନଭେମ୍ବର ୩୦ରୁ ଜିଲାରେ ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଥିଲା। କୌଣସି କାରଣରୁ ପରେ ଏହି ନିଷ୍ପତ୍ତି ବଦଳିଗଲା। ଡିସେମ୍ବର ୫ରୁ ବିନିକା ଓ ଡୁଙ୍ଗୁରିପାଲି ବ୍ଲକରୁ ଏବଂ ଡିସେମ୍ବର ୧୨ରୁ ଜିଲାର ସୋନପୁର, ତରଭା, ଉଲୁଣ୍ଡା ଓ ବୀରମହାରାଜପୁର ବ୍ଲକରୁ ଧାନ ସଂଗ୍ରହ ଆରମ୍ଭ ହେବ ବୋଲି ସ୍ଥିର ହେଲା। ନଭେମ୍ବର ମାସରୁ ଧାନ କିଣା ଆରମ୍ଭ ହେଲେ ଚାଷୀଙ୍କ ଟୋକନ ଲାପ୍‌ସ ହେବ ଯୁକ୍ତି ଦର୍ଶାଇ ଧାନ କିଣାକୁ ବିଳମ୍ବ କରାଗଲା। ପ୍ରଶାସନର ଏଭଳି ଏକତରଫା ନିଷ୍ପତ୍ତିକୁ ଜିଲା କୃଷକ ସଂଗଠନ ପକ୍ଷରୁ ବିରୋଧ କରାଯାଇଥିଲା। ମାତ୍ର ପ୍ରଶାସନ ଏହି ଦାବିକୁ ଅଣଦେଖା କରିଛି। ବିନିକା ଓ ଡୁଙ୍ଗୁରିପାଲି ବ୍ଲକରେ ୪୦ ପ୍ରତିଶତ ଧାନ ଅମଳ ସରିଲାଣି। ଚାଷୀ ଅମଳ ଧାନକୁ ଖଳାରୁ ବିକ୍ରି କରି ଦେଉଛି। ଆସନ୍ତା ରବି ଧାନ ଚାଷ ପାଇଁ ହଳ, ବିହନ ଓ ସାର ସକାଶେ ବିନିକା ଓ ଡୁଙ୍ଗୁରିପାଲି ବ୍ଲକର ଚାଷୀଙ୍କୁ ଟଙ୍କା ଆବଶ୍ୟକ। ସଅଳ ଧାନ ଅମଳ ସରି ଥିବାରୁ କୃଷି ଶ୍ରମିକଙ୍କ ମଜୁରୀ, ଚାଷ ପାଇଁ ବ୍ୟବହୃତ ଯନ୍ତ୍ରପାତିର ଭଡା ଓ ଋଣ ଟଙ୍କା ପରିଶୋଧ ପାଇଁ ଜିଲାର ଚାଷୀ କମ ଦରରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଚାଷୀ ସରକାରୀ ଦରରେ ଧାନ ବିକ୍ରି କରି ନପାରି କ୍ଷତି ସହୁଛି। ଚାଷୀଙ୍କୁ ସରକାରୀ ମଣ୍ଡିରୁ ବିମୁଖ କରି ମିଲର୍ସ ଓ ଅସାଧୁ ବ୍ୟବସାୟୀଙ୍କ ହାତରେ ସେମାନଙ୍କ କଷ୍ଟ ଉପାର୍ଜିତ ଧାନକୁ ଟେକି ଦେବାକୁ ଏକ ଷଡଯନ୍ତ୍ର ହୋଇଥିବା ଜିଲା କୃଷକ ସଂଗଠନର ସଭାପତି ବୈକୁଣ୍ଠନାଥ ଶତପଥୀ ଅଭିଯୋଗ କରିଛନ୍ତି। ତେବେ ଜିଲାପାଳଙ୍କୁ କୃଷକ ସଂଗଠନର ଲିଖିତ ଅଭିଯୋଗ ଓ ଆନ୍ଦୋଳନ ଚେତାବନୀ ପରେ ଜିଲା ପ୍ରଶାସନ ଅଣଜଳସେଚିତ ୪ ବ୍ଲକର ଧାନ କିଣା ନିଷ୍ପତ୍ତି ବଦଳାଇଛନ୍ତି। ସୋନପୁର, ତରଭା, ଉଲୁଣ୍ଡା ଓ ବୀରମହାରାଜପୁର ବ୍ଲକରେ ଆସନ୍ତା ୧୨ ତାରିଖ ବଦଳରେ ୯ ତାରିଖରୁ ଧାନ କିଣିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି। ମାତ୍ର ଚାଷୀ ମାନେ ଏଥିରେ ସନ୍ତୁଷ୍ଟ ହୋଇ ନାହାନ୍ତି। ଏ ସମ୍ପର୍କରେ ଜିଲା କୃଷକ ସଂଗଠନର ସଭାପତି ଶତପଥୀ କୁହନ୍ତି, ଆଗୁଆ ଧାନ କିଣିବା ପାଇଁ ଆମେ ବୈଠକରେ ଅନୁରୋଧ କରିଥିଲୁ। ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଆମ କଥାକୁ ଶୁଣାଗଲାନି। ଯେଉଁ ନିଷ୍ପତ୍ତି ନିଆଗଲା ତାହା ପରେ ମିଲର୍ସଙ୍କ ଲାଭ ପାଇଁ ବଦଳା ଗଲା। ମଣ୍ଡି ଖୋଲିବା ପୂର୍ବରୁ କମ୍‌ ଦରରେ ଧାନ କିଣି ମିଲର୍ସ ଗୋଦାମ ଭର୍ତ୍ତି କରିବାକୁ ସୁଯୋଗ ଦିଆଗଲା। ପ୍ରଶାସନ ଚାଷୀଙ୍କ ସ୍ବାର୍ଥ ପ୍ରତି ଦୃଷ୍ଟି ନ ଦେଲେ ଜିଲା କୃଷକ ସଂଗଠନ ଆନ୍ଦୋଳନ କରିବ। ଜିଲାରେ ୬୩ପ୍ୟାକ୍ସ ଓ ୩୮ଟି ଏସ୍‌ଏଚ୍‌ଜି ଜରିଆରେ ଓଡିଶା ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ଜିଲାର ଚାଷୀଙ୍କ ଧାନ କିଣିବ। ଧାନ କ୍ରୟ ପାଇଁ ଜିଲାରେ ୧୦୭ଟି ମଣ୍ଡି ଖୋଲାଯିବ। ଧାନ ବିକ୍ରି କରିବା ପାଇଁ ଚଳିତ ଥର ୬୫ହଜାର ୫୨୩ଜଣ ଚାଷୀ ପଞ୍ଜିକୃତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଚେତାବନୀ ସମାବେଶ: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଣହୁଙ୍କାର

ବରଗଡ଼, ୧୫।୪(ପ୍ରେମାନନ୍ଦ ଖମାରୀ): ଜୟ କିସାନ ଆନ୍ଦୋଳନ ଏବଂ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତିର ମିଳିତ ଆହ୍ୱାନରେ ଆଜି ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ...

ଫାଟିଲା ଗ୍ୟାସ ଟାଙ୍କି: ଜଳିଗଲା…

ପୁରୀ,୧୫।୪: ପୁରୀ ଜିଲା କୃଷ୍ଣପ୍ରସାଦ ପଣାଯାତ୍ରା ବେଳେ ଅଘଟଣ ଘଟିଛି। ପଣାଯାତ୍ରା ପଡିଆରେ ୫ ଦୋକାନ ଜଳି ଯାଇଛି। ହଠାତ୍‌ ଗ୍ୟାସ ଟାଙ୍କି ଅଗ୍ନିକାଣ୍ଡ ଘଟିଛି।...

ତାଣ୍ଡବ ରଚିଲା କାଳବୈଶାଖୀ: ଏକାଧିକ ଘର ଛପର ଉଡିଲା

ଦାରିଙ୍ଗବାଡି, ୧୫।୪ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ମଙ୍ଗଳବାର ଅପରାହ୍ନ ରେ ପ୍ରବଳ ଝଡ଼ ତୋଫାନ ସହ ବିଜୁଳି ଏବଂ ଘଡ଼ଘଡ଼ି ସହ ପ୍ରବଳ...

ଥାନା ସ୍ଥାପନ ଦାବି ତେଜିଲା

ଦେବଗଡ଼,୧୫।୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ଅନ୍ତର୍ଗତ କଣ୍ଢଳ ଗ୍ରାମରେ ଥାନା କିମ୍ବା ପୋଲିସ ଫାଣ୍ଡି ସ୍ଥାପନ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ସରକାରଙ୍କ...

ଅଗ୍ନି ସୁରକ୍ଷା ପ୍ରତି ସମର୍ପିତ ହୁଅ

ସମ୍ବଲପୁର,୧୫ା୪(ପ୍ରମୋଦ ବହିଦାର): ସୁରକ୍ଷିତ ମାନବସମ୍ବଳ ଦ୍ୱାରା ଦେଶର ଆର୍ଥତ୍କ ଉନ୍ନତି ଓ ପ୍ରଗତି ସମ୍ଭବ। ସମ୍ବଲପୁର ରିଜର୍ଭ ପୋଲିସ ଲାଇନ୍‌ ପଡ଼ିଆରେ ଜିଲା ଅଗ୍ନିଶମ ବିଭାଗ...

ପାଣି ପାଇଁ ଛଟପଟ ଗ୍ରାମବାସୀ

ଝାରସୁଗୁଡ଼ା,୧୫।୪(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲା ସଦର ବ୍ଲକ ଅଧୀନ କୁ. କଣ୍ଟାପାଲି ଗ୍ରାମରେ ଥିବା ଜଳ ଯୋଗାଣ ବିଭାଗ ଟ୍ରାନ୍ସଫର୍ମର ଗତ ବୁଧବାର ରାତିଠାରୁ...

ମଦ ଚୋରାଚାଲାଣ ବେଳେ ଧରିଲେ ଗ୍ରାମବାସୀ

ବେହେରା,୧୫ା୪ (ଭୂପେଶ ତିୱାରୀ): କଳାହାଣ୍ଡି ଜିଲା ଧର୍ମଗଡ ବ୍ଲକ ବେହେରାଠାରେ ଥିବା ବିଦେଶୀ ମଦ ଦୋକାନର ଦୁଇଜଣ କର୍ମଚାରୀ ବିଦେଶୀ ମଦ ଚୋରା ଚାଲାଣ କରୁଥିବା...

ଅଧିକ ପାଠପଢ଼ି ଭବିଷ୍ୟତ ଉଜ୍ଜ୍ୱଳ ଲାଗି ଆହ୍ବାନ

ଭଞ୍ଜନଗର,୧୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗର ଯୁକ୍ତ ୩ ଶେଷ ବର୍ଷ ଛାତ୍ରୀ ଛାତ୍ରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image