ମଣ୍ଡି ଖୋଲିନି, ଧାନ ବ୍ୟବସାୟୀ ସକ୍ରିୟ

ସୋନପୁର,୩।୧୨(ମୃତ୍ୟୁଞ୍ଜୟ ଶତପଥୀ)ଅଧିକ ଧାନ ଉତ୍ପାଦନ ପାଇଁ ପ୍ରସିଦ୍ଧି ଥିବା ସୁବର୍ଣ୍ଣପୁର ଜିଲାରେ ଖରିଫ ଧାନ ପ୍ରାୟତଃ ୭୦ ପ୍ରତିଶତ ଅମଳ ହୋଇ ସାରିଲାଣି। ହୀରାକୁଦ କେନାଲ ପାଣି ଦ୍ୱାରା ଜଳସେଚିତ ଜିଲାର ଡୁଙ୍ଗୁୁରିପାଲି, ବିନିକା ବ୍ଲକରେ ଧାନ ଅମଳ ସରି ଆସିଥିବା ବେଳେ ବୀରମହାରାଜପୁର, ଉଲୁଣ୍ଡା, ସୋନପୁର ଓ ତରଭା ବ୍ଲକର ମାଳ ଜମିରେ ସଅଳ ଅମଳକ୍ଷମ ଧାନ ଅମଳ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ତେବେ ଜିଲାରେ ଏପର୍ଯ୍ୟନ୍ତ ସରକାରୀ ଭାବେ ମଣ୍ଡି ଖୋଲିନି। ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି। ଚାଷୀ ପାଇଁ ଏବେ ଝିଅ ବାହାଘର, ପୁଅ ବ୍ରତଘର, ଶ୍ରମିକ ମଜୁରି ଓ ଅନ୍ୟାନ୍ୟ ଖର୍ଚ୍ଚ ସକାଶେ ଟଙ୍କାର ଆବଶ୍ୟକତା ରହିଛି । ଏହାର ସୁଯୋଗ ନେଇ ଏବେ ଗାଁ ଗାଁରେ ଅସାଧୁ ଧାନ ବ୍ୟବସାୟୀମାନେ ସକ୍ରିୟ ହୋଇ ପଡିଛନ୍ତି। ମିଲର୍ସମାନେ ଏଥିରେ ପ୍ରତ୍ୟକ୍ଷ ଭାବେ ସହାୟତା କରୁଛନ୍ତି। ଚାଷୀଙ୍କୁ ଟଙ୍କା ଆବଶ୍ୟକ ଥିବାରୁ ନିଜର କଷ୍ଟୋପାର୍ଜିତ ଧାନକୁ ଅଣ୍ଡର ରେଟ୍‌ରେ ବ୍ୟବସାୟୀଙ୍କୁ ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ବିନିକା ଓ ଡୁଙ୍ଗୁରିପାଲି ବ୍ଲକରେ ଟ୍ରକ୍‌, ଟ୍ରାକ୍ଟର ଯୋଗେ ଧାନ ଚାଲାଣ ହେଉଛି। ଜିଲା ଓ ଜିଲା ବାହାର ମିଲର୍ସ କମ୍‌ ଦରରେ ଧାନ କିଣି ଗଚ୍ଛିତ ରଖୁଛନ୍ତି। ଏଥିଯୋଗୁଁ ଧାନର ଅଭାବୀ ବିକ୍ରି ଆଶଙ୍କା ଦେଖାଦେଇଛି। ଧାନ ପରିବହନ ସମୟରେ କୌଣସି କଟକଣା ନ ଥିବାରୁ ଏହା ଅସାଧୁ ବ୍ୟବସାୟୀଙ୍କୁ ବେଶ୍‌ ସୁହାଉଛି। ଏହି ଜିଲାରେ ଆସନ୍ତା ଡିସେମ୍ବର ୬ରୁ ଧାନ କ୍ରୟ ଆରମ୍ଭ କରିବାକୁ ସୁବର୍ଣ୍ଣପୁର ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ଚଳିତ ଖରିଫରେ ସୁବର୍ଣ୍ଣପୁର ଜିଲାରେ ପ୍ରାୟ ୭୬ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଛି। ଜିଲାର ୬୭ ହଜାର ୫୩ ଚାଷୀ ଧାନ ବିକ୍ରି କରିବାକୁ ଧାନ କିଣାରେ ସାମିଲ ହୋଇଥିବା ୬୩ଟି ପାକ୍ସ ଓ ୪୦ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ନିକଟରେ ପଞ୍ଜୀକରଣ କରିଛନ୍ତି। ବଡ ଚାଷୀମାନେ ସରକାରୀ ମଣ୍ଡି ଖୋଲିବାକୁ ଅପେକ୍ଷା କରିଥିବା ବେଳେ କ୍ଷୁଦ୍ର, ନାମମାତ୍ର ଓ ଭାଗ ଚାଷୀ କମ୍‌ ଦରରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଗତ ୨୦୨୨-୨୩ ରବି ଋତୁରେ ଏହି ଜିଲାରୁ ସରକାର ୨୩ ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ କରିଥିଲେ। ସେଥିମଧ୍ୟରୁ ସୁବର୍ଣ୍ଣପୁର ଜିଲାର ୫୦ ମିଲର୍ସ ୧୯ଲକ୍ଷ ୮୪ହଜାର କୁଇଣ୍ଟାଲ ଧାନ ସଂଗ୍ରହ କରିଥିଲା ବେଳେ ସମ୍ବଲପୁର ଜିଲାର ୧୫ ମିଲର୍ସ ବଳକା ଧାନ ନେଇଥିଲେ। ତଦନୁଯାୟୀ ନଭେମ୍ବର ୩୦ ତାରିଖ ସୁଦ୍ଧା ସୁବର୍ଣ୍ଣପୁର ଜିଲାରେ ୫୦ ମିଲର୍ସ ୯୯.୯୮% କଷ୍ଟମ ମିଲିଂ ଚାଉଳ ସରକାରଙ୍କୁ ପ୍ରଦାନ କରିଛନ୍ତି। ଧାର୍ଯ୍ୟ ସମୟ ସୁଦ୍ଧା ୪୯ ମିଲର୍ସ ଶତପ୍ରତିଶତ ଚାଉଳ ପ୍ରଦାନ କରିଥିବା ବେଳେ କେବଳ ଡୁଙ୍ଗୁରିପାଲି ବ୍ଲକର ଓଁ ଲୋକନାଥ ପେଡି ପୋସେସିଂ ୨୬୦୦କୁଇଣ୍ଟାଲ ଚାଉଳ ଦେବାକୁ ବାକି ଅଛି। ପ୍ରଶାସନ ପକ୍ଷରୁ ସମସ୍ତ ପୂର୍ବ ପ୍ରସ୍ତୁତି ସରିଛି। ଆସନ୍ତା ୬ ତାରିଖରୁ ଜିଲାର ବିନିକା ଓ ଡୁଙ୍ଗୁୁରିପାଲି ବ୍ଲ୍ଳକର ମଣ୍ଡିଗୁଡିକରୁ ଧାନ ସଂଗ୍ରହ କରାଯିବ ବୋଲି ଜିଲା ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ଜିଲା ଧାନ ସଂଗ୍ରହ କମିଟିର ବିଳମ୍ବିତ ଧାନ କିଣା ନିଷ୍ପତ୍ତି ଚାଷୀଙ୍କୁ କ୍ଷତି ପହଞ୍ଚାଇଛି। ଗରିବ ଚାଷୀ ଧାର ଉଧାର କରି ଚାଷ କରିଥିଲେ। ସେହି ଟଙ୍କା ଶୁଝିବାକୁ ଯାଇ ସେମାନେ କମ୍‌ ଦରରେ ଦଲାଲଙ୍କୁ ଧାନ ବିକ୍ରି କରୁଥିବା ସୁବର୍ଣ୍ଣପୁର ଜିଲା କୃଷକ ସଙ୍ଗଠନର ସଭାପତି ବୈକୁଣ୍ଠନାଥ ଶତପଥୀ ଓ ଭାଜପା କୃଷକ ମୋର୍ଚ୍ଚାର ଜିଲା ସଭାପତି ଶିବରାଜ ବେହେରା ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri